ସଡକ ସୁରକ୍ଷା ସପ୍ତାହ ଆରମ୍ଭ, ୧୭ ତାରିଖ ଯାଏଁ ଚାଲିବ

Published By : Prameya-News7 Bureau | January 14, 2023 IST

ଭଦ୍ରକ ୧୪।୦୧: ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ । ଭଦ୍ରକ ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଏହି ସପ୍ତାହ ପାଳିତ ହେଉଛି । ଯାହାକି  ଜାନୁଆରୀ ୧୧ରୁ ଆରମ୍ଭ ହୋଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

{"id":733025,"sizeSlug":"full","linkDestination":"none"}

ତେବେ ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଏସପି ଭରୁନ ଗୁଣ୍ଡୁପାଲି, ଆର୍ଟିଓ ଖଗେଶ୍ୱର ମୁର୍ମୁ ଉପସ୍ଥିତ ରହିଥିବା ବେଳେ ସଚେତନତା ରଥକୁ ସାଂସଦ ପତାକା ଦେଖାଇଥିଲେ । ସପ୍ତାହ ସାରା ଆଞ୍ଚଳିକ ପରିବହନ ବିଭାଗ ତରଫରୁ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଲିବ। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ସଡକ ସୁରକ୍ଷା ସଚେତନତା ଶୋଭଯାତ୍ରାରେ ସହର ପରିକ୍ରମା କରିଛନ୍ତି । ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନକରିବା , ଟ୍ରାଫିକ ନିୟମ ମାନିବା , ହେଲମେଟ ବ୍ୟବହାର ନେଇ ମଧ୍ୟ ସଚେତନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.