ଛାତ୍ରଛାତ୍ରୀଙ୍କ ବ୍ରେନ ମ୍ୟାପିଂ କରି ଜାତୀୟ ରେକର୍ଡ ଲାଗି ପ୍ରୟାସ

Published By : Prameya-News7 Bureau | December 24, 2022 IST

ଭଦ୍ରକ ୨୪।୧୨ : ଛାତ୍ରଛାତ୍ରୀଙ୍କ ବ୍ରେନ ମ୍ୟାପିଂ କରି ଜାତୀୟ ରେକର୍ଡ ପାଇଁ ପ୍ରୟାସ । ଭଦ୍ରକ ଜିଲ୍ଲା ଏକାଡେମୀକ ଇଣ୍ଟରନ୍ୟାସନାଲ ସ୍କୁଲ ଗଣିଜାଙ୍ଗ ଠାରେ ସାମୁହିକ ଗୁଣ ପ୍ରକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ତେବେ ଏହି କାର୍ଯ୍ୟକ୍ରମରେ ମସ୍ତିଷ୍କ ବିଜ୍ଞାନ ବିଶେଷଜ୍ଞ ଡକ୍ଟର ଅଟଳ ବିହାରୀ ମଲ୍ଲିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଦେଶ ବିଦେଶର ଦୁଇ ଶହ ସାମୁହିକ ପଶ୍ନ କରିଥିଲେ । ଉପସ୍ଥିତ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଶ୍ନର ତତକ୍ଷଣାତ ସଠିକ ଉତ୍ତର ଦେଇ ଚମକୃତ କରିଥିଲେ । ଆମେରିକାରେ ରହି ଦୀର୍ଘ ବର୍ଷ ହେବ ମସ୍ତିଷ୍କ ବିଜ୍ଞାନ ଉପରେ ଅଧ୍ୟୟନ କରୁଛନ୍ତି ଡକ୍ତର ଅଟଳ ବିହାରୀ ମଲ୍ଲିକ । ଓଡିଶାରେ ଏହା ଏକମାତ୍ର ସ୍କୁଲ ଭାବରେ ବିବେଚିତ ହୋଇ ଉକ୍ତ ପରୀକ୍ଷାରେ ସମ୍ମୁଖୀନ ହୋଇଥିଲେ । ମସ୍ତିଷ୍କ ବିଜ୍ଞାନୀ ଡକ୍ଟର ମଲ୍ଲିକ ଛାତ୍ରଛାତ୍ରୀଙ୍କ ଉତ୍ତର ସନ୍ତୋଷ ଜନକ ବୋଲି କହିଛନ୍ତି ।

ବ୍ରେନ ମ୍ୟାପିଂ କରି ଛାତ୍ରଛାତ୍ରୀଙ୍କ ମାନସିକ ଅଭିବୃଦ୍ଧି ସହ ମାନସିକ ସୁସ୍ଥତା ଉପରେ ଧ୍ୟାନ ଦିଆଯିବା ନେଇ କାର୍ଯ୍ୟ କରିବା ମୁଖ୍ୟ ଉଦ୍ଦେଶ୍ୟ । ଆଗାମୀ ଦିନରେ ଏକତ୍ରିତ ଭାବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟସ୍ତରରେ ରେକର୍ଡ ପାଇଁ ପ୍ରୟାସ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.