ପୋଲିସ ସବୁ ଜାଣି ବି ଚୁପ୍‌, ଜମିବାଡି ବିବାଦ ନେଇ ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ମାର୍‌ପିଟ

Published By : Prameya-News7 Bureau | November 27, 2022 IST

ଭଦ୍ରକ ୨୭।୧୧ : ଜମିବାଡି ବିବାଦକୁ ନେଇ ଆକ୍ରମଣ ଘଟଣା। ପୋଲିସର କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା କୋଟସିରା ଗାଁରୁ ଆସିଛି ଏମିତି ଅଭିଯୋଗ ।

 ଖବର ଅନୁଯାୟୀ, ଗାଁରେ ଘର ନିର୍ମାଣ ବେଳେ ଗୋଟିଏ ପକ୍ଷ ଅନ୍ୟ ପକ୍ଷ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇଥିଲେ । ଉଭୟ ପକ୍ଷରୁ ଥାନାରେ ଲିଖିତ ଏତଲା ଦିଆଯାଇଥିଲା । ଅଭିଯୁକ୍ତଙ୍କୁ ଗିରଫ ପାଇଁ ଉଭୟ ପକ୍ଷ ମଞ୍ଜୁରୀରୋଡ଼ ଫାଣ୍ଡି ସମ୍ମୁଖରେ ଧାରଣା ଦେଇଥିଲେ । କିନ୍ତୁ ଏବେ ହରି ନାରାୟଣ ନାୟକଙ୍କ ସପକ୍ଷରେ କଂଗ୍ରେସ ଜିଲ୍ଲା ସଭାପତି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି । ପୋଲିସ ଏକ ପାଖିଆ ତଦନ୍ତ କରୁଥିବା ଅଭିଯୋଗ ଆଣିଛନ୍ତି । ଯଦି ପୋଲିସ ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ ନକରେ କଂଗ୍ରେସ ଥାନା ଘେରାଉ ସହ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନର ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.