ମୁଁ ଯଦି ୭ବର୍ଷ ଯାଏଁ ପରପୁରୁଷ ସହ ହୋଟେଲ ଯାଉଥିଲି, ମୋ ସ୍ବାମୀ କେମିତି ଜାଣିଲେନି ?

Published By : Prameya-News7 Bureau | June 19, 2022 IST

ଭଦ୍ରକ ୧୯।୦୬: ଶାଶୁ ଶ୍ବଶୁର ଓ ଦୁଇ ପିଲାଙ୍କ ସହ ରହୁଥିଲି । ଦୁଇ ପିଲାଙ୍କୁ ଛାଡି କେମିତି ହୋଟେଲ ଯାଉଥିଲି ଓ ମୋ ସ୍ୱାମୀ କେମିତି ଜାଣି ପାରିଲେ ନାହିଁ। ଯଦି ଏମିତି କିଛି ଭିଡ଼ିଓ କିମ୍ବା ଅଡିଓ ଅଛି ତାହାହେଲେ ତାଙ୍କୁ ଏସବୁ କିଏ ଦେଲା । ଏମିତି କିଛି ଅଭିଯୋଗ ଆଣି ଭଦ୍ରକ ଜିଲ୍ଲା ଧାମନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା ।

ଖବର ଅନୁଯାୟୀ, କିଛିଦିନ ପୂର୍ବରୁ ଭୁବନେଶ୍ୱରର ସାଇବର ଥାନା ର ଦ୍ୱାରସ୍ଥ ହୋଇଥିବା ପୀଡିତା ପୁଣି ଧାମନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୀଡିତା ଜଣକ ଧାମନଗର ଥାନା ଅଞ୍ଚଳର । ଅଭିଯୋଗ ଅନୁଯାୟୀ ପୀଡିତାଙ୍କ ସ୍ୱାମୀ ତାଙ୍କ ଦୁଇ ସାଙ୍ଗଙ୍କୁ ନେଇ ଏମିତି ଭିଡ଼ିଓ ସୁଟିଂ କରାଇଛନ୍ତି । ମହିଳାଙ୍କ ସ୍ୱାମୀ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କରେ ଅଛନ୍ତି । ସେ ବିରୋଧ କରିବାରୁ ଏମିତି ଯୋଜନା ହୋଇଛି ।

wp:html /wp:html

ସେହିପରି ମହିଳା ଜଣକ ପ୍ରଶ୍ନ କରିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କର ଅଭିଯୋଗ ଅନୁଯାୟୀ ଅନ୍ୟ ପିଲାଙ୍କ ସହ ମୁଁ ହୋଟେଲ ଯାଏ । ୭ ବର୍ଷ ପରେ କଣ ପାଇଁ ଏମିତି ଅଭିଯୋଗ ଅଣୁଛନ୍ତି ସ୍ୱାମୀ । ଶାଶୁ ଶ୍ବଶୁର ଓ ଦୁଇ ପିଲା ତାଙ୍କ ସହ ରହୁଥିଲେ । ସେ କେମିତି ଜାଣିଲେଣି ୨ ପିଲାଙ୍କୁ ଛାଡି ହୋଟେଲ ଯାଉଥିଲେ । ଛାଡପତ୍ର ପାଇଁ ଏସବୁ ସ୍ୱାମୀଙ୍କର ଚକ୍ରାନ୍ତ । ଯଦି ସେମିତି କିଛି ଭିଡ଼ିଓ ଅଛି, ତେବେ କୋର୍ଟରେ ଦାଖଲ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.