previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାରରେ ବିଜେପିଠୁ ଅଲଗା ହେବ ଜେଡିୟୁ ! ଗୋଟିଏ-ଦୁଇ ଦିନରେ ହୋଇପାରେ ଘୋଷଣା
  • ||
  • ଝାରସୁଗୁଡା ଉପକାରାଗାରରେ ଅଘଟଣ, ଗଳାକାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ
  • ||

ଆଞ୍ଚରୁ ଲାଗିଲା ନିଆଁ, ଜଳିଗଲା ୬ ଦୋକାନ

17/05/2022 at 10:59 AM

ଭଦ୍ରକ ୧୭।୦୫ :  ଆଞ୍ଚ ନିଆଁରୁ ଅଗ୍ନିକାଣ୍ଡ । ଗୋଟିଏ ଦୋକାନରୁ ନିଆଁ ବ୍ୟାପି ୬ ଦୋକାନ ଭସ୍ମୀଭୂତ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ସାତଭଉଣୀ ଛକ ନିକଟରେ ଘଟିଛି ଏପରି ଘଟଣା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ଗ୍ରାମାଞ୍ଚଳ ଥାନା  ସାତଭଉଣୀ ଛକ ନିକଟରେ ଥିବା ଦୋକାନର ଆଞ୍ଚରୁ ନିଆଁ ବ୍ୟାପିଥିବା ସୂଚନା ମିଳିଛି । ଆଞ୍ଚରୁ ନିଆଁ ଝୁଲ ଉଡି ମିଠା ଦୋକାନରେ ଅଗ୍ନିକାଣ୍ଡ ହୋଇଥିଲା । ପରେ ଏହି ନିଆଁ ନିକଟରେ ଥିବା ଦୋକାନକୁ ବ୍ୟାପିଥିଲା । ଅଗ୍ନିକାଣ୍ଡରେ ମିଠା ଦୋକାନ ସହ ଗ୍ୟାରେଜ , ପାନ ଦୋକାନ , ସାର ଦୋକାନ ଓ ଭେରାଇଟି ଷ୍ଟୋର ଗୁଡିକ ଜଳିପୋଡି ପାଉଁଶ ହୋଇଯାଇଛି । ଏପିରିକି ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ତେବେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଆୟତ୍ତ ହୋଇନଥିଲା । ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

   Related Posts