ଭଦ୍ରକ ୨୬।୨: ମଞ୍ଚ ଥିଲା ଭଦ୍ରକ ରେଳଷ୍ଟେସନ ପରିସର । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉପସ୍ଥିତିରେ ଭର୍ଚ୍ଚୁଆଲ ମୋଡ୍ରେ ଭଦ୍ରକ ରେଳ ଷ୍ଟେସନର ସମ୍ପ୍ରସାରଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଓ ବିଭିନ୍ନ ଲେବୁଲ କ୍ରସିଙ୍ଗରେ ଓଭର ବ୍ରିଜ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି I ଜନସାଧାରଣଙ୍କ ହିତ ଦୃଷ୍ଟି କୋଣରୁ ଭଦ୍ରକର ସାଂସଦ କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ଏହି ଓଭର ବ୍ରିଜ ଗୁଡିକ ପାଇଁ ଦାବି କରି ଆସୁଥିଲେ I ତେବେ ଭଦ୍ରକରେ ଦୁଇଟି ଗଳାପୋଲ ସମେତ ଭଦ୍ରକ ଜିଲ୍ଲାର କେନ୍ଦୁଆପଦା ଷ୍ଟେସନ ନିକଟରେ ମଧ୍ୟ ଏକ ଗଳାପୋଲ ଶିଳାନ୍ୟାସ କରାଯାଇଛି I ଭଦ୍ରକ ଷ୍ଟେସନ ରାଜ୍ୟ ଏବଂ କେନ୍ଦ୍ର ସହ ଭାଗିତାରେ ହେବାକୁ ଯାଉଥିବା ଏହି ଓଭର ବ୍ରିଜ ଗୁଡିକର ଶୁଭ ଉଦଘାଟନ ଅବସରରେ ଭଦ୍ରକ ରେଲୱେ ଷ୍ଟେସନ ନିକଟରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଯୋଗ ଦେଇଥିବା ବେଳେ କେନ୍ଦୁଆପଦା ଠାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବିଜେପି ସଂଗଠକ ପଞ୍ଚାନନ ରାଉତ ଓ ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ I
{"id":914057,"sizeSlug":"full","linkDestination":"none"}ଆରମ୍ଭରୁ ଏହି ମଞ୍ଚରେ ଉପସ୍ଥିତ ଥିଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ପରେ ମଞ୍ଚକୁ ଉଠିଥିଲେ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ତାଙ୍କ ସ୍ବାମୀ ମୁକ୍ତିକାନ୍ତ ମଣ୍ଡଳ । ଯାହାକୁ ନେଇ ମଞ୍ଚ ତଳ ବସିଥିବା ଲୋକମାନେ ଏହାକୁ ବିରୋଧ କରିଥିଲେ । ଏମିତି ବିଜେପି ନେତା ଅଭିମନ୍ୟୁ ସେଠୀ ମଞ୍ଚରେ ପ୍ରୋଟୋକଲ ଭାଙ୍ଗିବା ନେଇ କହିଥିଲେ । ମୁକ୍ତିକାନ୍ତଙ୍କୁ ମଞ୍ଚରେ ହଟହଟା ହେବାକୁ ପଡିଥିଲା । ଏପରିକି ବିଜେପି ନେତା ଅଭିମନ୍ୟୁ ସେଠୀ ତାଙ୍କୁ ବିରୋଧ କରିବା ସହ ଏହା ସରକାରୀ କାର୍ଯ୍ୟକ୍ରମ ପାରିବାରିକ ଫଙ୍କସନ୍ ନୁହେଁ ବୋଲି କହିଥିଲେ । ପରେ ମୁକ୍ତିକାନ୍ତ ମଣ୍ଡଳ ମଞ୍ଚରୁ ତଳକୁ ଓହ୍ଲାଇଥିଲେ । ଏହାପରେ ଶାସକ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ କଥା କଟାକଟି ହେବା ସହ ଜୟ ଶ୍ରୀରାମ ଓ ଜୟ ଜଗନ୍ନାଥ ନାରା ପକାଇଥିଲେ । ଏହାକୁ ରେଳବାଇ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର କର୍ମକର୍ତ୍ତା ଆଗେଇ ନେଇଥିଲେ ।
You Can Read :
wp:embed {"url":"https://www.prameyanews7.com/dadhichi-college-two-day-youth-pharma-2024-ends/","type":"wp-embed","providerNameSlug":"prameya-news-7"} /wp:embed