ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ କରୋନା
22/08/2020 at 12:04 PM

ଭଦ୍ରକ ୨୨।୮: ଭଦ୍ରକ ସାଂସଦ କରୋନା ସଂକ୍ରମିତ ଚିହ୍ନଟ । ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ କରୋନା ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ତାଙ୍କ ସ୍ବାସ୍ଥ୍ୟ ଭଲ ଏବଂ ସ୍ଥିର ରହିଛି । ସେ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ।
ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସହିତ ଯୋଗାଯୋଗ ଏବଂ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେସନରେ ରଖନ୍ତୁ ଓ ନିଜର ପରୀକ୍ଷା କରାଇ ନିଅନ୍ତୁ ବୋଲି ସାଂସଦ ମଞ୍ଜୁଲତା ମଣ୍ଡଳ ଅନୁରୋଧ କରିଛନ୍ତି ।
କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ,ମୁଁ ନିଜର ପରୀକ୍ଷା କରାଇଲି ଏବଂ ରିପୋର୍ଟ ପଜିଟିଭ୍ ଆସିଲା।ମୋ ସ୍ୱାସ୍ଥ୍ୟ ଭଲ ଏବଂ ସ୍ଥିର ଅଛି ଏବଂ ହୋମ୍ କ୍ୱାରାଣ୍ଟାଇନରେ ଅଛି।ମୁଁ ଅନୁରୋଧ କରୁଛି,ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ ଏବଂ ସଂସ୍ପର୍ଶରେ ଆସିଛନ୍ତି,ଦୟାକରି ନିଜକୁ ଅଲଗା ରଖନ୍ତୁ ଓ ନିଜର ପରୀକ୍ଷା କରାଇ ନିୟନ୍ତୁ।
— Manjulata Mandal (@manjulatamandal) August 22, 2020
ସେହିଭଳି ଶୁକ୍ରବାର ଦିନ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କରୋନା ସଂକ୍ରମିତ ହୋଇଥିଲେ । ପଜିଟିଭ୍ ଚିହ୍ନଟ ହେବା ପରେ ବିଧାୟକ ନିଜେ ଟ୍ବିଟ୍ କରି ସୂଚନା ଦେଇଥିଲେ । ସେ ଟ୍ୱିଟ୍ରେ ଲେଖିଥିଲେ ଯେ, କରୋନା ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି । ଏହାସହ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ୍ ଟେଷ୍ଟ କରନ୍ତୁ । ଏହାସହ ଗାଇଡ୍ ଲାଇନ୍ ମଧ୍ୟ ପାଳନ କରିବାକୁ ବିଧାୟକ ଅନୁରୋଧ କରିଥିଲେ ।