LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସ୍ୱାସ୍ଥ୍ୟକେନ୍ଦ୍ରର ଜାଗା ପରିବର୍ତ୍ତନ ନେଇ ବିବାଦ, ମେଳି ବାନ୍ଧି ଏକ୍‌ଜୁଟ୍‌ ହେଲେ ଗ୍ରାମବାସୀ

21/03/2023 at 2:52 PM

ଭଦ୍ରକ ୨୧।୦୩ : ସ୍ୱାସ୍ଥ୍ୟକେନ୍ଦ୍ରର ଜାଗା ପରିବର୍ତ୍ତନ ନେଇ ବିବାଦ। ଗ୍ରାମବାସୀମାନେ ନୂଆ ପ୍ରସ୍ତାବିତ ସ୍ଥାନକୁ ବିରୋଧ କରିବା ସହ ମେଳି ବାନ୍ଧି ଏକଜୁଟ୍‌ ହୋଇଛନ୍ତି । ପୂର୍ବରୁ ଯେଉଁ ସ୍ଥାନ ଚୟନ ହୋଇଛି । ସେହିଠାରେ ହିଁ ସ୍ୱାସ୍ଥ୍ୟକେନ୍ଦ୍ର ହେବାକୁ ଅଡି ବସିଛନ୍ତି ଗ୍ରାମବାସୀ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତରେ ଏମିତି ସ୍ଥିତି ପାଇଁ ଲଟକି ରହିଛି ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣ ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପଞ୍ଚାୟତସମିତି ଅଧିନ ପାଟୁଳି ପଞ୍ଚାୟତରେ ଏବେ ଗ୍ରାମବାସୀମାନେ ମେଳି ବାନ୍ଧିଲେଣି । ପୂର୍ବରୁ ପାଟୁଳି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରେ ହେଲଥ ସବ ସେଣ୍ଟର ପାଇଁ ୬ ଡିସିମିଲ ସ୍ଥାନ ଚୟନ ହୋଇଥିଲା । କିନ୍ତୁ ପରେ ପୁଣି ଏହି ସ୍ଥାନ ପରିବର୍ତ୍ତେ ମୋବାରକପୁର ନିକଟରେ ନୂଆ ସ୍ଥାନ ଚୟନ ହୋଇଛି । ଏବେ ପୂର୍ବ ନିର୍ଦ୍ଧାରିତ ସ୍ଥାନ ପରିବର୍ତ୍ତନ ନେଇ ସୂଚନା ପାଇବା ପରେ ସ୍ଥାନୀୟ ଗ୍ରାମବାସୀ ଏକଜୁଟ ହୋଇଛନ୍ତି । ଏହି ସବ ସେଣ୍ଟର ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ନିର୍ମାଣ ପାଇଁ ଦାବି କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଭେଟି ଅଭିଯୋଗ ମଧ୍ୟ କରିଛନ୍ତି ।

ସ୍ଥାନୀୟ ଲୋକଙ୍କ ଅନୁସାରେ, ପାଟୁଳି ପଞ୍ଚାୟତ ଅଧିନରେ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନ ଭଣ୍ଡାରିପୋଖରୀ ଗୋଷ୍ଠି ସ୍ୱସ୍ଥ୍ୟକେନ୍ଦ୍ର ଠାରୁ ୭ କିଲୋମିଟର ଦୂର । କିନ୍ତୁ ଏବେ ଯେଉଁ ସ୍ଥାନ ନିର୍ଦ୍ଧାରିତ ହୋଇଛି ସେହି ସ୍ଥାନ ପାଟୁଳି ପଞ୍ଚାୟତ ଠାରୁ ୫ କିମି ଓ ଭଣ୍ଡାରିପୋଖରୀ ସ୍ୱସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ଦେଢ଼ କିଲୋମିଟର ଦୂର । ପାଟୁଳି ଠାରେ ସବ ସେଣ୍ଟର ହେଲେ ୧୩ଟି ୱାର୍ଡର ଲୋକେ ଉପକୃତ ହୁଅନ୍ତେ । କିନ୍ତୁ ଭଦ୍ରକ ଜିଲ୍ଲା ଚିକିତ୍ସାଧିକାରୀ ଙ୍କ କହିବା କଥା ଯେ ପୂର୍ବ ରୁ ଚିହ୍ନଟ ସ୍ଥାନ ଉପଯୁକ୍ତ ହେଉ ନାହିଁ, ବିବାଦ ପାଇଁ ସବ ସେଣ୍ଟର ନିର୍ମାଣ ହୋଇପାରିନାହିଁ । ଖୁବ ଶୀଘ୍ର ସମାଧାନ କରି କାର୍ଯ୍ୟ ଆରମ୍ଭ ହେବ ।

   Related Posts