ଭଦ୍ରକ ୧୦/୧୨: ଭଦ୍ରକରେ ଜଣେ ବ୍ୟବସାୟିଙ୍କୁ ନିଶା ଖୁଆଇ ତାଙ୍କ ଠାରୁ ଟଙ୍କା ସହ ନଡ଼ିଆ ଲୁଟ। ଏନେଇ ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ବ୍ୟବସାୟିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁସାରେ, ଭଦ୍ରକ ବ୍ଲକ ଜିତାନଗା ଗାଁର ଗଙ୍ଗାଧର ଜେନା ବାଲଗୋପାଲ ମନ୍ଦିର ପାଖେ ନଡ଼ିଆ ବିକୁଥିଲେ।
ସେ ଘରକୁ ଫେରିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କଠୁ ସବୁ ନଡ଼ିଆ ନେବେ କହି ତାଙ୍କୁ ଦୋକାନକୁ ନେଇଥିଲେ। ସେଠାରେ ତାଙ୍କୁ ଚା ସହିତ ନିଶା ଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲା ଅଭିଯୁକ୍ତ। ଚା ପିଇ ସାରି ସେଠାରେ ଗଙ୍ଗାଧର ଅଚେତ ହୋଇଯାଇଥିଲେ। ସେଠାରୁ ତାଙ୍କୁ ପୋଲିସ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଏହାର ତଦନ୍ତ ଆରମ୍ଭ କରିଛି।