ଇଦ ପାଇଁ ଚଳଚଞ୍ଚଳ ଭଦ୍ରକ ସହର, ବିଭିନ୍ନ ସ୍ଥାନରେ ଇଫତାର ପାର୍ଟି ସହ କିଣାକିଣିରେ ବ୍ୟସ୍ତ ମୁସଲିମ ସମ୍ପ୍ରଦାୟର ଭାଇ ଭଉଣୀମାନେ

Published By : Prameya-News7 Bureau | June 02, 2019 IST

ଭଦ୍ରକ ୨|୬: ସରି ସରି ଆସୁଛି ପୂଣ୍ୟର ମାସ ରମଜାନ । ଏବେ ଅପେକ୍ଷା ଚାନ୍ଦକୁ ।ମଙ୍ଗଳବାର ଅର୍ଥାତ୍ ୪ରେ ଚାନ୍ଦ ଦେଖିଲେ ୫ରେ ପାଳନ ହେବ ଇଦ୍ ପର୍ବ । ମୁସଲିମ୍ ଭାଇ ଭଉଣୀଙ୍କ ପର୍ବ ପାଇଁ ଭଦ୍ରକ ସହର ପୁରା ଚଳଚଞ୍ଚଳ ।

{"id":118796}

ଚାଲିଛି ରମଜାନ୍ ମାସ । ସଂଜ ନଈଁ ଆସିଲା ପରେ ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ଚାଲୁଛି ଇଫତାର ପାର୍ଟି । ବିଭିନ୍ନ ରାଜନୈତିକ ଦଳ, ଆଉ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଯୋଗ ଦେଉଛନ୍ତି । କିସମ କିସମର ଫଳ, ଦହି ଲସି, ମିଠା ଆଦି ନାନା ରକମର ଖାଦ୍ୟକୁ ଉପପୋଭଗ କରୁଛନ୍ତି ସମସ୍ତେ । ଇଫତାର ପାର୍ଟିରେ ହିନ୍ଦୁମାନେ ମଧ୍ୟ ସାମିଲ ହେଉଛନ୍ତି । 

{"id":118797}

ଚାରିରେ ଚନ୍ଦ୍ର ଦର୍ଶନ ମିଳିଲେ ୫ରେ ପାଳନ ହେବ ଇଦ୍ । ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଇଦ ମାର୍କେଟିଂ ପାଇଁ ଲୁଗା ଦୋକାନରେ ଲାଗୁଛି ଭିଡ ।

{"id":118798}

ଆଉ ଭଦ୍ରକ ସହରର କୁଆଁସରେ ଥିବା ଇଦଘା ମଇଦାନରେ ହେବ ସମୂହ ନମାଜ ପାଠ । ପ୍ରାୟ ଦଶ ହଜାର ଶ୍ରଦ୍ଧାଳୁ ଏକାଠି ନମାଜ ପାଠ କରିବେ । ସେଥିପାଇଁ ମଇଦାନକୁ ସଜାଯାଉଛି । ଶିଳ୍ପୀ ଆସି ବିଭିନ୍ନ ରଙ୍ଗରେ ମଇଦାନକୁ ଚିତ୍ରିତ କରୁଛନ୍ତି  । 

{"id":118799}

ଆସୁଛି ମୁସଲମାନଙ୍କ ପର୍ବ ଇଦ୍ । ତେଣୁ ଭଦ୍ରକ ମୁସଲିମ୍ ଭାଇ –ଭଉଣୀ ବେଶ ଉତ୍ସାହିତ । କିଛି ସମୟ ପାଇଁ କର୍ମମୟ ଜଞ୍ଜାଳରୁ ବାହାରି ପରସ୍ପରକୁ ଇଦ୍ ମୁବାରକ୍ କହିବା ସହ ଜୀବନକୁ ଉପଭୋଗ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.