ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମୁହଁ ଖୋଲିଲେ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା, ଜିଲ୍ଲା କମିଟି ଉପରେ ଉଠାଇଲେ ପ୍ରଶ୍ନ

28/08/2021 at 9:03 AM

ଭଦ୍ରକ,୨୮/୦୮: ମୁହଁ ଖୋଲିଲେ  ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା । ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାରେ କେବଳ ସଭାପତି ଚୟନ ହୋଇଥିବା ବେଳେ ଏବେ ମନମୁଖୀ କାର୍ଯ୍ୟ ଜାରି ରହିଛି ବୋଲି ସେ ସଙ୍ଗୀନ ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା ନବନିତା ନାୟକ ।

ସୂଚନାନୁସାରେ, ସୋସିଆଲ ମିଡିଆରେ ନିଜ ପୋଷ୍ଟ ଓ ରାଜ୍ୟ ସଭାପତି ଜନୈକ କର୍ମୀଙ୍କ ଘରେ ଭୋଜନକୁ ବିରୋଧ କରିବା ସହ ଦଳରୁ ଇସ୍ତଫା ଦେଇଥିଲେ ନବନିତା । ତେବେ ପରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ତାଙ୍କୁ ଦଳରୁ ଅବ୍ୟାହତି ଦିଆଯାଇଥିବା କହିବା ସହ ଅନ୍ୟଜଣଙ୍କୁ ସେହି ପଦବୀ ଦିଆଯାଇଥିଲା ।

ଏବେ ନବନିତା ପ୍ରଶ୍ନ କରିଛନ୍ତି ଯେ ମହିଳା ମୋର୍ଚ୍ଚାର ସଭାପତିଙ୍କ ବ୍ୟତୀତ ଅନ୍ୟ କୌଣସି କର୍ମକର୍ତ୍ତା ଚୟନ ହୋଇ ନଥିବା ବେଳେ ଜିଲ୍ଲା ମହିଳା ମୋର୍ଚ୍ଚା କେମିତି ପଦବୀ ବଣ୍ଟନ କରିଛି । ତେବେ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇଛି କି ନାହିଁ ସେ ନେଇ ମଧ୍ୟ ତାଙ୍କୁ ଅବଗତ କରାଯାଇନଥିବା ବେଳେ ମନମୁଖୀ ଭାବେ କାର୍ଯ୍ୟକର୍ତ୍ତା ଚୟନ ହୋଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ଏନେଇ ରାଜ୍ୟ ତରଫରୁ ମହିଳା ମୋର୍ଚ୍ଚାକୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଦିଆଯାଇଥିବା କହିଛନ୍ତି ।  ସେ ଦଳୀୟ ଶୃଙ୍ଖଳା ଭାଙ୍ଗି ନଥିବା ବେଳେ ତାଙ୍କୁ ମିଛରେ ବଦନାମ କରାଯାଉଥିବା କହିଛନ୍ତି ନବନିତା ।

   Related Posts