ଭଦ୍ରକ ୦୩।୦୩ : ଦଳୀୟ ରାଜନୈତିକ ଚକ୍ରାନ୍ତରୁ ମୁକ୍ତ ନହେଲେ ଦଳ ଛାଡିବେ ସିନ୍ଦୋଳ ସରପଞ୍ଚ ତଥା ଭଦ୍ରକ ଜିଲ୍ଲା ମହିଳା ବିଜୁ ଜନତା ଦଳର ଜିଲ୍ଲା ଉପସଭାନେତ୍ରୀ ସୁପ୍ରଭା ପାଣି। ନିଜ ଦଳ ମଧ୍ୟରେ ରାଜନୈତିକ ଚକ୍ରାନ୍ତରୁ ମୁକ୍ତ ନହେଲେ ଦଳ ଛାଡିବେ ବୋଲି କହିଛନ୍ତି ସରପଞ୍ଚ । ଏଭଳି ଚେତାବନୀ ଦେଇଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତର ସରପଞ୍ଚ ତଥା ମହିଳା ବିଜୁ ଜନତା ଦଳର ଜିଲ୍ଲା ଉପସଭାନେତ୍ରୀ ସୁପ୍ରଭା ପାଣି ।
ଶାସକ ଦଳର ଏକ ଗୋଷ୍ଠୀ କିଭଳି ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ସେ ସମ୍ପର୍କରେ ବିଡିଓ, ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଦଳର ବରିଷ୍ଠ ନେତା ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଶ୍ରୀମତି ପାଣି କହିଛନ୍ତି । ତାଙ୍କ ପ୍ରତି କରାଯାଉଥିବା ଅନ୍ୟାୟର ବିଚାର କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ଲୋକଙ୍କ ସମସ୍ୟାର ସମାଧାନ ସହ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଦିଗରେ ସେ ଆଜି ଯାଏଁ କାର୍ଯ୍ୟ କରି ଆସୁଛନ୍ତି । ମାତ୍ର ପଞ୍ଚାୟତରେ ଶାସକ ଦଳର ଏକ ଗୋଷ୍ଠୀ ତାଙ୍କୁ ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ତାଙ୍କ ଅଗୋଚରରେ ପଞ୍ଚାୟତ ସମିତି ଅନୁଦାନ ଓ ବିଧାୟକଙ୍କ ହାତପାଣ୍ଠିର ବିନିଯୋଗ କରାଯାଉଛି । ଅଭିଯୋଗ କଲେ ବି ତାଙ୍କ କଥା କେହି ଶୁଣିବାକୁ ନାହାଁନ୍ତି ବରଂ ଅନାସ୍ଥା ପ୍ରସ୍ତାବ ଜରିଆରେ ତାଙ୍କୁ ପଦରୁ ହଟାଇ ଦେବାକୁ ଧମକ ଚମକ ଦିଆଯାଉଛି । ତାଙ୍କୁ ରବର କଣ୍ଢେଇ ସଜାଇ ସୁବିଧା ହାସଲ କରିବାକୁ ଶାସକ ଦଳର ଏକ ଗୋଷ୍ଠୀ ଉଦ୍ୟମ କରୁଥିବା ବେଳେ ସେ ଏହାର ପ୍ରତିବାଦ କରୁଥିବାରୁ ତାଙ୍କପ୍ରତି ଏଭଳି ଆକ୍ରମଣାତ୍ମକ ମନୋଭାବ ପୋଷଣ କରାଯାଉଛି ବୋଲି କହିଛନ୍ତି ।
wp:embed {"url":"https://www.prameyanews7.com/three-death-of-a-family-in-kendrapada-rajendranagar/","type":"wp-embed","providerNameSlug":"prameya-news-7"} /wp:embed