ଭଦ୍ରକ ବାର୍ ଆସୋସିଏସନ ପକ୍ଷରୁ ବାର୍ଷିକ ସମାରୋହ ପାଳିତ

Published By : Prameya-News7 Bureau | February 28, 2021 IST

ଭଦ୍ରକ,୨୮/୦୨: ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଛି । ଭଦ୍ରକ ବାର ଆସୋସିଏସନର  ବାର୍ଷିକ ସମାରୋହ ସହରର ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ  ଓଡିଶା ଉଚ୍ଚ ନ୍ୟାୟଳୟର ବିଚାରପତି ଜଷ୍ଟିସ ଶ୍ରୀଯୁକ୍ତ ଵିଦ୍ୟୁତ ରଂଞ୍ଜନ ଷଡଙ୍ଗୀ ଓ ଜଷ୍ଟିସ ଶ୍ରୀଯୁକ୍ତ ସଂଜିବ ପାଣିଗ୍ରାହୀ ୟୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ସେସନ ଜଜ୍ ଶ୍ରୀଯୁକ୍ତ ଶିଶିର ରଥଙ୍କ ସମେତ ଭଦ୍ରକ ବାର ଆସୋସିଏସନର ସଭାପତି ଓ ସମ୍ପାଦକ ପ୍ରମୁଖ ଅତିଥି ରୁପେ ଯୋଗ ଦେଇ ଆଇନ୍ ଉପରେ ବିଭିନ୍ନ ମତ ରଖିଥିଲେ । କୋର୍ଟରେ ବର୍ଷ ବର୍ଷ ଧରି କେସ ଫଇସଲା ନ ହୋଇ ପଡ଼ି ରହୁଥିବାରୁ ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଭଦ୍ରକ କୋର୍ଟର ସମସ୍ତ ଓକିଲ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ ।  ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.