oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

୧୦ରେ ଭଦ୍ରକ ସହର ବନ୍ଦ, ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସର ବନ୍ଦ ଡାକରା

6/12/2020 at 8:06 PM

ଭଦ୍ରକ ୦୬।୧୨: ୧୦ ଡିସେମ୍ବର ଭଦ୍ରକ ସହର ବନ୍ଦ। ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଭଦ୍ରକ କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି।

ଭଦ୍ରକ ଜିଲ୍ଲା ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ପାଇଁ ଭଦ୍ରକ ଜିଲ୍ଲାର ମୁଖ୍ୟ ଦାବୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀକୁ ବହୁଦିନ ଧରି ଅଣଦେଖା କରାଯାଇଛି। ଦାବୀକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଭଦ୍ରକ ଜିଲ୍ଲା କଂଗ୍ରେସ ୧୦ ଡିସେମ୍ବର ଦିନ ଭଦ୍ରକ ସହରକୁ ୧୨ ଘଣ୍ଟିଆ ବନ୍ଦ କରିବାକୁ ନିଷ୍ପତି ନେଇଛି  ବୋଲି ଆଜି ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ କୁମାର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ କଂଗ୍ରେସ  ନେତା ନଳିନୀକାନ୍ତ ମହାନ୍ତି କହିଛନ୍ତି ଯେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଏବେ ପୂରା ଅସୁସ୍ଥ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପୂରା ଠପ୍ । କରୋନା ଆଳରେ ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେବା ଓ ସାଧାରଣ ରୋଗୀଙ୍କୁ ବି କଟକ ରେଫର କରିବା ଏକ ନିତିଦିନିଆ ଘଟଣା ପାଲଟି ଯାଇଛି । ଭଦ୍ରକ ଜିଲ୍ଲାର ଡାକ୍ତରଖାନାକୁ ଗୁଡିକୁ ଆବଶ୍ୟକ ସଂଖ୍ୟକ ଡାକ୍ତର ଆଣିବାରେ ସରକାର ଓ ଶାସକ ଦଳର ନେତା ବିଫଳ। ଭଦ୍ରକ ମେଡିକାଲରେ ଭେଣ୍ଟିଲେଟର ଥିଲେ ମଧ୍ୟ ତାହା କାର୍ଯ୍ୟ କରୁନାହିଁ। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ ଶ୍ରୀ ମହାନ୍ତି ଦାବି କରିଥିଲେ।

କୋଭିଡ଼ ପରିଚାଳନାରେ ବିଫଳ ହେବା ସହିତ ପ୍ରଶାସନ ଓ ଶାସକ ମିଳିତ ଭାବରେ କୋଟି କୋଟି ଟଙ୍କା ଲୁଟ କରିଛନ୍ତି। ଆଜି ସୁଦ୍ଧା କେତେ ଟଙ୍କା କୋଭିଡ଼ରେ ଭଦ୍ରକ ଜିଲ୍ଲା ପାଇଁ ଖର୍ଚ୍ଚ କରାଯାଇଛି ଓ କେଉଁ ସବୁ ବାବଦରେ ଖର୍ଚ୍ଚ ହୋଇଛି ତାହା ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଶାସନ ଶ୍ୱେତପତ୍ର ଜାରି କରୁ ବୋଲି ସମ୍ମିଳନୀରେ କୁହାଯାଇଛି। ଉପରୋକ୍ତ ଦାବୀକୁ ନେଇ ଆଗାମୀ ୧୦ ତାରିଖ ଭଦ୍ରକ ସହର ବନ୍ଦ ରଖାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆ ଯାଇଛି ।

ଭଦ୍ରକର ଜନସାଧାରଣ ତଥା ଯୁବଗୋଷ୍ଠୀ, ମହିଳା, ଛାତ୍ରଗୋଷ୍ଠୀ, ବ୍ୟବସାୟୀ, ସରକାରୀ କର୍ମଚାରୀ ସମସ୍ତେ ଏହି ହକ୍ ଦାବୀ ନେଇ ଡାକରା ଦିଆ ଯାଇଥିବା ବନ୍ଦକୁ ସଫଳ କରିବାରେ ସହଯୋଗ କରିବାକୁ କଂଗ୍ରେସ ଗଣମାଧ୍ୟମ ମାଧ୍ୟମରେ ନିବେଦନ କରିଛନ୍ତି ।

   Related Posts