ଭଦ୍ରକରେ ଜମୁଛି ବାଲିଯାତ୍ରା, ଶୀତ ରାତିରେ ମେଳାର ମଜା ନେଉଛନ୍ତି ଦର୍ଶକ

Published By : Prameya-News7 Bureau | November 13, 2022 IST

ଭଦ୍ରକ ୧୩।୧୧: ଏତେ ଦିନ ପରେ ଭକ୍ରକରେ ଜମୁଛି ବାଲିଯାତ୍ରା । କାରଣ ଗତ କେଇ ବର୍ଷ ହେଲା ବାଲିଯାତ୍ରା ପାଳନ ହେଉନଥିଲା । କରୋନା କଟକଣା ନଥିବାରୁ ପୁଣି ପୁରୁଣା ଦିନ ଭଳି ବାଲିଯାତ୍ରା ଦେଖିବାକୁ ମିଳିଛି ଭିଡ ।  ଭଦ୍ରକର ବାଉଦପୁର ଠାରେ ହରିହର ପୂଜା କମିଟି ଏହି ବାଲିଯାତ୍ରା ଆୟୋଜନ କରିଛି । ହରିହରଙ୍କ ମନ୍ଦିର ଠାରେ ଏହା ୭ ଦିନ ଧରି ଚାଲିବ । ସନ୍ଧ୍ୟା ହେବା କ୍ଷଣି ମେଳା ପଡିଆ ଫୁଲ୍‌।

ବାଲିଯାତ୍ରାରେ ମିନା ବଜାର ସହ ଅନେକ ଦୋକାନ ମଧ୍ୟର ଖୋଲିଛି ପସରା । ପୂର୍ବ ଦୁଇ ବର୍ଷ କରୋନା କଟକଣା ପାଇଁ ବାଲିଯାତ୍ରା ଆୟୋଜିତ ହୋଇପାରୁ ନଥିଲା । ଏଥର ୬୭ବର୍ଷ ରେ ପଦାର୍ପଣ କରୁଥିବାରୁ ପୂଜା କମିଟି ଏହାକୁ ସ୍ୱତନ୍ତ୍ର ଭାବେ ଆୟୋଜନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.