୭୫ ବର୍ଷରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ସ୍ଵନକ୍ଷେତ୍ର ଦିବସ ପାଳନ ନେଇ ପ୍ରସ୍ତୁତି

Published By : Prameya-News7 Bureau | July 01, 2022 IST

ଭଦ୍ରକ ୦୧।୦୭ : ୭୫ ବର୍ଷରେ ପଦାର୍ପଣ କରିବ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ । ଭଦ୍ରକ କଲେଜ ଆନୁମିନି ଆସୋସିଏସନ୍‌ ପକ୍ଷରୁ ମହାବିଦ୍ୟାଳୟର ୭୫ ତମ ସ୍ୱନକ୍ଷତ୍ର ଦିବସ ପାଳନ କରାଯିବ । ଏଥିପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ସଂପର୍କରେ ସୂଚନା ଦେଇଛି ଭଦ୍ରକ କଲେଜ ଆଲୁମିନି ଆସୋସିଏସନ ।

ପୁରାତନ ଛାତ୍ର ସଂଘ କାର୍ଯ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ବହୁ ପୁରାତନ ଛାତ୍ରମାନେ ଯୋଗ ଦେଇ ସ୍ଵନକ୍ଷେତ୍ର ଦିବସ ପାଳନ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ।  ଜୁଲାଇ ମାସ ୩ ତାରିଖ ଦିନ ସହରର ମହତାବ ଛକରୁ ଭଦ୍ରକ କଲେଜ ପର୍ଯ୍ୟନ୍ତ ଗଣଦୌଡ଼ ଆୟୋଜିତ ହେବ । ସେହି ଭଳି ୬ ତାରିଖ ଦିନ ସକାଳ ୬.୩୦ ମିନିଟରେ କଲେଜ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ । ଏହାପରେ ୭.୩୦ ମିନିଟରେ ବୃକ୍ଷରୋପଣ , ୮.୩୦ ମିନିଟରେ ରକ୍ତଦାନ ଶିବିର , ୧୧.୧୫ ମିନିଟରେ ସ୍ମୃତି ମନ୍ଥନ ଓ ଅପରାହ୍ନ ୨.୩୦ରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବା ନେଇ ସ୍ଥିରୀକୃତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.