Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଅଟୋ, ୮ ଆହତ

27/09/2022 at 5:35 PM

ଭଦ୍ରକ, ୨୭/୦୯: ଭଦ୍ରକ ଜିଲ୍ଲା ଧାମନଗର ଥାନା ପଳିକିରୀ ଛକ ନିକଟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ଏଥିରେ ଯାଉଥିବା ପ୍ରାୟ ୧୦ରୁ୧୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରି ଧାମନଗର ମେଡିକାଲକୁ ନେଇଥିବା ଜଣାପଡିଛି ।

ସୂଚନା ଅନୁସାରେ ଧାମନଗର ଛକ ନିକଟସ୍ଥ ଏକ ଶିଶୁ ମନ୍ଦିରରୁ ଛାତ୍ରଛାତ୍ରୀମାନେ ପାଠପଢ଼ା ସାରି ଏକ ଅଟୋରେ ଘରକୁ ଫେରୁଥିଲେ । ଏହି ସମୟରେ ଧାମନଗର ମୁଖ୍ୟ ରାସ୍ତାର ପଳିକିରୀ ଛକ ନିକଟରେ ରାସ୍ତା କଡରେ ପଡିଥିବା ଇଟାକୁ ଧକ୍କା ଦେଇ ଓଲଟି ପଡିଥିଲା। ଫଳରେ ଅଟୋରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ଜଣ ଛାତ୍ରଛାତ୍ରୀ ଆହତ ଆହତ ହୋଇଥିଲେ। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି।

   Related Posts