ମୁମ୍ବାଇ ୧୯/୧: ଟିଭି ଶୋ ‘ଭାବି ଜୀ ଘର ପର ହେଁ’ର ଗୋରୀ ମ୍ୟାମ୍ ଓରଫ ସୈାମ୍ୟା ଟଣ୍ଡନ୍ ମାଆ ହୋଇଛନ୍ତି। ସୈାମ୍ୟା ୫ଦିନ ପୂର୍ବରୁ ଜାନୁୟାରୀ ୧୪ତାରିଖ ଦିନ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସୈାମ୍ୟା ନିଜ ପୁଅଙ୍କ ସହ ଘରକୁ ଆସି ସାରିଛନ୍ତି। ସୈାମ୍ୟା ଗତ ୩ମାସ ହେବ ନିଜ ପ୍ରେଗନେନ୍ସିର ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି।
{"id":75786}ପୁଅକୁ ଜନ୍ମ ଦେବାର ୨ଦିନ ପୂର୍ବରୁ ସୈାମ୍ୟା ଯୋଗ କରୁଥିଲେ। ପ୍ରେଗନେନ୍ସି ସମୟରେ ସେ ଶୋରୁ ବ୍ରେକ୍ ନେଇଥିଲେ। ସୈାମ୍ୟା ୬ମାସ ହେବ ନିଜର ପ୍ରେଗନେନ୍ସି କଥା ଲୁଚାଇ ରଖିଥିଲେ। ନଭେମ୍ବର ମାସ ପ୍ରଥମ ସପ୍ତାହରେ ସେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପ୍ରେଗନେଣ୍ଟ ହେବାର ସୂଚନା ଦେଇଥିଲେ।
{"id":75787}
ସୈାମ୍ୟା ୨୦୧୬ ଡିସେମ୍ବରରେ ନିଜର ବୟଫ୍ରେଣ୍ଡ୍ ସୈାରଭ ଦେବେନ୍ଦ୍ର ସିଂଙ୍କ ସହ ଲୁଚି ଛପି ବିବାହ କରିଥିଲେ। ବିବାହ ପୂର୍ବରୁ ୨ଜଣ ପରସ୍ପରକୁ ୧୦ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ।
{"id":75788}