ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ସ୍ୱାମୀଙ୍କ ସହ ଇନଡୋର ଗେମ ଖେଳି ଟାଇମ ପାସ୍ କରୁଛନ୍ତି ‘ଭାବୀ ଜି’ ଫେମ୍ ସୌମ୍ୟା ଟଣ୍ଡନ

11/04/2020 at 12:26 PM

ମୁମ୍ବାଇ ୧୧/୦୪ : ଟିଭି ଅଭିନେତ୍ରୀ ସୌମ୍ୟା ଟଣ୍ଡନ ଲକଡାଉନ ସମୟରେ ନିଜ ପରିବାର ସହ କ୍ଵାରେଣ୍ଟାଇନ ସମୟ ଅତିବାହିତ କରୁଛନ୍ତି | ସେ ଘରେ ବସି ଇନଡୋର ଗେମ ଖେଳୁଛନ୍ତି | ସୌମ୍ୟା ନିଜ ଇନ୍ସଟାଗ୍ରାମ ପେଜରେ କିଛି ଫଟୋ ସେୟାର କରିଛନ୍ତି | ଫଟୋରେ ସେ ନିଜ ସ୍ୱାମୀ ଦେବେନ୍ଦ୍ର ସିଂହଙ୍କ ସହ ଗେମ ଖେଳୁଥିବା ଦେଖିବାକୁ ମିଳିଛି | ସେ ଏମିତି ଅନେକ ଫଟୋ ସେୟାର କରିଛନ୍ତି | ସେ ଲେଖିଛନ୍ତି, ଘରେ ଏମିତି ବୋର୍ଡ ଗେମ ଖେଳାଯାଏ | ପ୍ରଥମେ ଏହା ଶାନ୍ତିପୂର୍ଣ ଭାବେ ଆରମ୍ଭ ହୁଏ ଆଉ ପରେ ଯୁକ୍ତିତର୍କ ଆରମ୍ଭ ହୋଇଥାଏ | ଶେଷରେ ଯୁକ୍ତିତର୍କ ଏତେ ଆଗକୁ ବଢିଯାଏ ଯେ କିଏ କାହା ମୁହଁ ଦେଖିବାକୁ ବି ଇଛା ହୁଏନାହିଁ |

ସୌମ୍ୟା କହିଛନ୍ତି ଯେ ପରିବାର ଭିତରେ ମଧ୍ୟ ସମ୍ପର୍କରେ ଅନେକ ମନାନ୍ତର ଘଟିଥାଏ | କିଛି ଫଟୋ ମାଧ୍ୟମରେ ସେ ଏହା ବୁଝାଇବାକୁ ଚେଷ୍ଟା କରିଛନ୍ତି |ସୌମ୍ୟା ଟଣ୍ଡନ ମଧ୍ୟ ଘରେ କ୍ଵାରେଣ୍ଟାଇନରେ ଅଛନ୍ତି | ସେ ମଧ୍ୟ ସରକାରଙ୍କ ଲକଡାଉନ ନିୟମ ପାଳନ କରୁଛନ୍ତି | ସେ ଗେମ ଖେଳିବା ସହ ରୋଷେଇ ଏବଂ ଘର କାମ କରି ସମୟ ଅତିବାହିତ କରୁଛନ୍ତି | କିଛି ଦିନ ପୂର୍ବରୁ ସେ ଇନ୍ସଟାଗ୍ରାମରେ ବିରିୟାନୀ ତିଆରି କରୁଥିବାର ଫଟୋ ସେୟାର କରିଥିଲେ | ତେବେ ବିରିୟାନୀ ଫଟୋ ଦେଖିବାକୁ ବହୁତ ସୁନ୍ଦର ଦେଖା ଯାଉଥିଲା | ଫଟୋ ଦେଖି ଜଣାପଡୁଥିଲା ସୌମ୍ୟା ଏଥିପାଇଁ ଭଲ ପ୍ରସ୍ତୁତି କରିଥିବେ |

୨୦୧୯ ମସିହାରେ ସୌମ୍ୟା ଟଣ୍ଡନ ଶିଶୁ ଜନ୍ମ ଦେଇଥିଲେ | ସୌମ୍ୟାଙ୍କ ବେବି ବମ୍ପ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ସୌମ୍ୟା ଲୋକପ୍ରିୟ ସିରିଏଲ ‘ଭାବୀ ଜି ଘର ପେ ହେଁ’ ରେ ଅଭିନୟ କରିଛନ୍ତି | ଏହି ସିରିଏଲ ସେ ସମୟରେ ବହୁତ ଲୋକପ୍ରିୟତା ହାସଲ କରିଥିଲା | କମେଡି ଶୋ ଭାବେ ଲୋକେ ଏହାକୁ ବହୁତ ପସନ୍ଦ କରିଥିଲେ |

   Related Posts