‘‘ଭାବିଜୀ ଘର ପର ହେଁ’’ର ଅଭିନେତା ଦେଉଛନ୍ତି ଛାଡ଼ପତ୍ର : ମାଆ ବାପାଙ୍କ ଚାପରେ କରିଥିଲେ ବିବାହ

Published By : Prameya-News7 Bureau | January 25, 2019 IST

ମୁମ୍ବାଇ ୨୫/୧: ଟିଭି ଅଭିନେତା ସନ୍ଦୀପ ଆନନ୍ଦ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ସନ୍ଦୀପଙ୍କୁ ଲୋକପ୍ରିୟ ଟିଭି ଧାରାବାହିକ ‘‘ ମେ ଆଇ କମ୍ ଇନ୍ ମ୍ୟାଡାମ’’ରେ ଦେଖିବାକୁ ମିଳିଥିଲା। ସନ୍ଦୀପ ଏବଂ ତାଙ୍କ ପତ୍ନୀ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି। ଦୁଇଜଣ ଏବେ ଅଲଗା ରହୁଛନ୍ତି। ସନ୍ଦୀପ ୨୦୧୨ମସିହାରେ ବିବାହ କରିଥିଲେ। ସନ୍ଦୀପ କେବେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ବିବାହ ବିଷୟରେ କୈାଣସି କଥା କହୁନଥିଲେ। ଏବେ ସେ ଲୋକପ୍ରିୟ ଧାରାବାହିକ ‘‘ଭାବିଜୀ ଘର ପର ହେଁ’’ରେ ଅଭିନୟ କରୁଛନ୍ତି।

{"id":77972}

ସନ୍ଦୀପ ନିଜ ବୈବାହିକ ଜୀବନରେ ଖୁସି ନଥିଲେ। ସେ ସବୁବେଳେ ଚିନ୍ତାରେ ଥିଲେ। ସେ ତାଙ୍କ ବାପା ମାଆଙ୍କ ଚାପରେ ପଡ଼ି ଏପରି ବିବାହ କରିଥିଲେ । ଯାହାଙ୍କୁ ସେ ବିବାହ କରିଥିଲେ ତାଙ୍କୁ ଆଗରୁ ଜାଣିନଥିଲେ। ସେମାନଙ୍କ ଚିନ୍ତା ଧାରା ସମ୍ପୂର୍ଣ୍ଣ ଭିନ୍ନ ଥିଲା।

{"id":77973}

୩୧ବର୍ଷ ବୟସ୍କ ଏହି ଅଭିନେତା ତାଙ୍କ ଛାଡ଼ପତ୍ରର ଫର୍ମ ପୂରଣ କରିସାରିଛନ୍ତି। ତାଙ୍କର ଗୋଟିଏ ପୁଅ ଏବଂ ସେ ତାଙ୍କ ମାଆଙ୍କ ସହ ରୁହନ୍ତି।

{"id":77974}

ସେ ‘‘ ମେ ଆଇ କମ୍ ଇନ୍ ମ୍ୟାଡାମ’’ ଧାରାବାହିକ ଜରିଆରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ଏହା ସରିବା ପରେ ସେ ‘‘ଭାବିଜୀ ଘର ପର ହେଁ’’ରେ ଅଭିନୟ କରୁଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.