ଭବାନୀପୁରରେ ସକାଳ ୯ଟା ସୁଦ୍ଧା ସାଢେ ୭% ମତଦାନ, ବୋମା ମାଡ଼ ଅଭିଯୋଗରେ ଟିଏମସି ନେତା ଗିରଫ

Published By : Prameya-News7 Bureau | September 30, 2021 IST

କୋଲକାତା, ୩୦।୦୯ :  ପଶ୍ଚିମବଙ୍ଗର ଭବାନୀପୁର ଆସନରେ ଉପ ନିର୍ବାଚନ ଜାରି ରହିଛି । ମତଦାତା ସକାଳ ୭ଟାରୁ ଆସି ଭୋଟଦାନ କରୁଛନ୍ତି । ଏହି ହାଇ ପ୍ରୋଫାଇଲ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରଓ୍ୱାଲଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ସେହିପରି ସିପିଆଇଏମ ପକ୍ଷରୁ ଶ୍ରୀଜିଶ ବିଶ୍ୱାସ ନିର୍ବାଚନ ଲଢୁଛନ୍ତି ।

ତେବେ ମତଦାନ ହେଉଥିବା ବିଭିନ୍ନ ବୁଥରେ ୧୪୪ ଧାରା ଲାଗୁ ହୋଇଛି । ଅକ୍ଟୋବର ୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ରିପୋର୍ଟ ଅନୁସାରେ, ସକାଳ ୯ଟା ସୁଦ୍ଧା ୭.୫ ପ୍ରତିଶତ ମତାଦନ ହୋଇଛି । ଏହାସହ କିଛି ବୁଥରେ କାଁଭାଁ ହିଂସା ଦେଖିବାକୁ ମିଳିଛି ।

ସମସେରଗଞ୍ଜ ଓ ଜଙ୍ଗୀପୁରରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ଦୁଇ ଆସନରେ ସକାଳ ୯ଟା ସୁଦ୍ଧା ଯଥାକ୍ରମେ ୧୬.୩୨ ପ୍ରତିଶତ ଓ ୧୭.୫୧ ପ୍ରତିଶତ ମତଦାନ ହୋଇଛି ।

ସେହିପରି ସମସେରଗଞ୍ଜ ଉପନିର୍ବାଚନ ପୂର୍ବରୁ ଏକ ବୁଥରେ ବୋମାମାଡ ହୋଇଥିଲା । ଏହି ଘଟଣାରେ ପୋଲିସ ଜଣେ ଟିଏମସି ନେତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.