ଭୁବନେଶ୍ୱର ୨୩/୦୭: ଭବାନୀ ଶଙ୍କର ଭୋଇ ହେବେ ଉପ ବାଚସ୍ପତି । ତଳସରା ବିଧାୟକ ହେଉଛନ୍ତି ଭବାନୀ ଶଙ୍କର ଭୋଇ । ଦ୍ୱିତୀୟ ଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଭବାନୀ ଶଙ୍କର ଭୋଇ । ଆଜି ସେ ଏଥିପାଇଁ ନାମାଙ୍କନ ଭରିବେ । ୨୦୧୯ ଓ ୨୦୨୪ରେ ଜିତିଥିଲେ ନିର୍ବାଚନ । ଦ୍ୱିତୀୟ ଥର ଲାଗି ନିର୍ବାଚନରେ ମାରିଛନ୍ତି ବାଜି ।
ସୂଚନା ଥାଉକି, ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୨୪ରେ ବି ସେ ନିର୍ବାଚିତ ହୋଇଥିଲେ