ଅନଲାଇନ୍‌ରେ କରୁଛନ୍ତି କି କାରବାର ? ଧ୍ୟାନ ରଖନ୍ତୁ ଏହି ୫ଟି ବିଷୟରେ, ନହେଲେ ଫସିଯିବେ

Published By : Prameya-News7 Bureau | October 27, 2018 IST

ଭୁବନେଶ୍ବର ୨୬|୧୦: ଆପଣମାନେ ଅନେକ ସମୟରେ କାହାରିଠାରୁ ମଧ୍ୟ ଶୁଣିଥିବେ ଯେ ସେମାନେ ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି ବୋଲି । ସେମାନେ ସାଇବର ଆଟାକର ମଧ୍ୟ ଶିକାର ହୋଇଥିବେ ଏବଂ ଇଣ୍ଟରନେଟରେ ସେମାନଙ୍କୁ ଟ୍ରୋଲ୍ ମଧ୍ୟ କରାଯାଇଥିବ । କେହିବି ଏଭଳି ଠକେଇର ଶିକାର ହୋଇପାରନ୍ତି । ଏଭଳି ଘଟଣା କାହା ସହ ବି କୌଣସି ସମୟରେ ଘଟିପାରେ । ଏହା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ହେଲେ ଇଣ୍ଟରନେଟରେ ଆମର ତଥ୍ୟ ସବୁ ୧୦୦ ପ୍ରତିଶତ ସୁରକ୍ଷିତ ନୁହେଁ । ଯେତେବେଳେ ବି ଆପଣ ଅନଲାଇନ୍ ରହୁଛନ୍ତି ସବୁବେଳେ କେତେକ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।ସେଥିମଧ୍ୟରୁ ୫ଟି ଉପଯୋଗୀ ବିଷୟରେ ଏଠାରେ ସୂଚନା ଦିଆଗଲା । ଅର୍ଥ ଠକେଇ : ଅନଲାଇନରେ ସପିଂ, ଟିକେଟିଂ ଏବଂ ବିଲ୍ ପୈଠ କରିବା ଆଦି ଆମ ଜୀବନକୁ ସରଳ କରିସାରିଲାଣି । ମାତ୍ର ଏହାର ଏକ କୁପ୍ରଭାବ ମଧ୍ୟ ରହିଛି । ଏଥିରେ ଆପଣଙ୍କ କାର୍ଡର ବିବରଣୀ ଅଥବା ଅନଲାଇନ ବ୍ୟାଙ୍କିଙ୍ଗର ପ୍ରମାଣପତ୍ର ମଧ୍ୟ ସାମିଲ ରହିଛି ଯାହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ସଂଶ୍ଳିଷ୍ଟ ଏବଂ ଅନଧିକୃତ ଲେଣଦେଣ କରାଯାଉଛି । ଅର୍ଥିକ ଠକେଇର ଶୀକାର ହେବା କୌଣସି ଦଃଖଦ ସ୍ବପ୍ନରୁ କମ୍ ନୁହେଁ । ଫିସିଂ : ଆପଣଙ୍କୁ ଏକ ଇ-ମେଲ୍ ମିଳିବ ଯାହା ଏକ ବୈଧ ସୂତ୍ରରୁ ଆସିଥବ । ସେହି ଇ-ମେଲରେ ନିଜର ବ୍ୟକ୍ତିଗତ ତଥ୍ୟ ବ୍ୟାଙ୍କ୍ ଖାତାର ବିବରଣୀ, କାର୍ଡ ନମ୍ବର ଏବଂ ପାସଓ୍ବାର୍ଡ ଦେବା ପାଇଁ କୁହାଯାଇଥାଏ । ଏସବୁ ତଥ୍ୟ ଦେବା ଫଳରେ ଆପଣଙ୍କ ଅଗୋଚରରେ  ସେମାନେ ଆପଣଙ୍କ ଖାତାରୁ ଟଙ୍କା ଉଠାଇ ନେଇଯାଇଥିବେ । ଏଭଳି ଅଭିଯୋଗ ବହୁତ ଥର ଆସିଥାଏ । ଜଣିବାଶୁଣିବା ଲୋକ ମଧ୍ୟ ଏଭଳି ଠକାମିର ଶିକାର ହୋଇଛନ୍ତି । ଚୋରକୁ ଚିହ୍ନିବା : ଏଭଳି କୌଣସି ବ୍ୟକ୍ତିର ଠକେଇର ଶିକାର ଯେ କେହି ବି ହୋଇପାରନ୍ତି ।ଜଣେ ଠକ ଆପଣଙ୍କର ସମସ୍ତ ସମ୍ବେଦନଶୀଳ ତଥ୍ୟକୁ ସଂଗ୍ରହ କରି ତାର ବ୍ୟକ୍ତିଗତ ଫାଇଦା ପାଇଁ ଉପଯୋଗ କରିଥାଏ । ଯେମିତିକି ଆପଣଙ୍କ ନାଁରେ ଥିବା ବ୍ୟାଙ୍କ ଖାତାର ଜମା ରାଶି, ଋଣ ପାଇଁ ଆବେଦନ କରିବା, ଯେକୌଣସି ଅନ୍ୟ ଆର୍ଥିକ ଫାଇଦା ଆପଣଙ୍କ ନାଁରେ ସେ ନେଇଥାଏ । ସାଇବର ଧମକ : ଅନେକ ସମୟରେ ସାଇବର ଧମକ ମିଳିଥାଏ । ଏହା ଇ-ମେଲ, ସୋସିଆଲ ମିଡିଆ, ଚାଟିଂ ମାଧ୍ୟମରେ ହୋଇପାରେ । ଯେତେବେଳେ ଆପଣ ସୋସିଆଲ ମିଡିଆରେ ନକଲି ଖବର ସଂସ୍ପର୍ସରେ ଆସନ୍ତି ସେତେବେଳେ ଆପଣଙ୍କୁ ସାଇବର ଧମକ ମିଳିଥାଏ । ଆପଣଙ୍କୁ କୈଣସି ମେସେଜ୍ ମିଳିଥାଏ ଅଥବା ଅନଲାଇନରେ ଖରାପ ଫେଟା ଏବଂ ଭିଡିଓ ମିଳିଥାଏ । ଏହା ଆପଣଙ୍କ ପାଇଁ ଟ୍ରୋଲର ରୂପ  ନେଇପାରେ । ବ୍ୟକ୍ତିଗତ ପ୍ରତିଷ୍ଠା ହାନି : ଅନ୍ୟକୁ ଟ୍ରୋଲ କରିବା ପାଇଁ କେତେକ ଲୋକ ସୋସିଆଲ ମିଡିଆରେ ଆକାଉଣ୍ଟମାନ ଖୋଲିଥାନ୍ତି । ସେଭଳି ଲୋକମାନେ ଆପଣଙ୍କୁ କିଛି କାରଣ ପାଇଁ ଅନଲାଇନରେ ମିଳିଥାନ୍ତି ଏବଂ ଆପଣଙ୍କୁ ଉତ୍ତେଜିତ କରିଥାନ୍ତି ସେମାନଙ୍କ ଉପରେ କମେଣ୍ଟ ଦେବାପାଇଁ । ସେଭଳି ଆକାଉଣ୍ଟ ସହ ଯୋଡିହୋଇ ରହିବା କେବଳ ଆପଣଙ୍କ ବ୍ୟକ୍ତିଗତ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଥାଏ । ସାଇବର ଆଟାକ୍ ବହୁତ କ୍ଷତିକାରକ । ଏହା ଦ୍ବାରା ଅର୍ଥହାନୀ ହେବା ସହ ପ୍ରତିଷ୍ଠା ହାନି ମଧ୍ୟ ହୋଇଥାଏ । ଏଥିପାଇଁ ଏଚଡିଏଫସି ଇଆରଜିଓ ଆପଣଙ୍କ ସୁରକ୍ଷା ପାଇଁ ଇ@ ସୁରକ୍ଷିତ ବୀମା ପଲିସି କରିଛି । ଏହି ନୀତିରେ ଅଧିକୃତ ଅନଲାଇନ ଲେଣଦେଣ ଫିସିଂ ଏବଂ ଇ-ମେଲ୍ ସ୍ପୁଫିଂ, ଅନ୍ୟାୟରେ ଆଦାୟ, ବ୍ୟକ୍ତିଗତ ତଥ୍ୟ ଚୋରି, ଇ-ପ୍ରତିଷ୍ଠା ଏବଂ ସାଇବର ଧମକ ଆଦି କ୍ଷତି ଭଳି ବିଭିନ୍ନ ସମସ୍ୟା ପାଇଁ ବୀମା ସାମିଲ ରହିଛି । ଏହି ପଲିସି ଦ୍ବାରା ଏଭଳି ସ୍ଥିତିରେ କୌଣସି ବିବାଦ ଉପୁଜିଲେ ଏହି ଆଇନ ବଳରେ ଆପଣଙ୍କର ଖର୍ଚ୍ଚ ହେଉଥିବା ଫିସ୍ ମଧ୍ୟ ଆପଣ ପାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.