ପିଜ୍ଜା, ବର୍ଗର, ଫାଷ୍ଟଫୁଡ୍ ସହ ଥଣ୍ଡାପାନୀୟ ପିଉଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ୍ ଭୋଗିପାରନ୍ତି ଏଭଳି...

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ ୩୦।୮: ପିଜ୍ଜା, ବର୍ଗର ଅଥବା ଫାଷ୍ଟ ଫୁଡ୍ ଖାଇବା ସମୟରେ ଥଣ୍ଡା ପାନୀୟ ପିଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ । ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପାରେ । ଏସବୁ ଖାଦ୍ୟ ସହ ଥଣ୍ଡାପାନୀୟ ପିଇବା ଦ୍ବାରା ଆପଣ କୋଷ୍ଠକାଠିନ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସବୁ ରୋଗର ମୂଳ କାରଣ ହେଉଛି କୋଷ୍ଠକାଠିନ୍ୟ । ଯଦି ଆପଣ କୋଷ୍ଠକାଠିନ୍ୟରୁ ମୁକ୍ତି ଚାହୁଁଛନ୍ତି ତେବେ ଖାଇବା ସମୟରେ ଥଣ୍ଡାପାନୀୟ ପିଅନ୍ତୁନାହିଁ ।

ଚିକିତ୍ସା ବିଜ୍ଞାନୀଙ୍କ ମତରେ ଖାଦ୍ୟକୁ ପାଚନ କରୁଥିବା ଅମ୍ଳୀୟ ରସ, ଗ୍ୟାଷ୍ଟ୍ରିକ୍ ରସ ଏବଂ ଅଗ୍ନାଶୟ ରସ ଏବଂ ଏନଜାଇମ୍ ମିଶ୍ରିତ ହୋଇଥାଏ । ଏଭଳି ସ୍ଥିତିରେ ପେଟରେ ଖାଦ୍ୟ ପଚନ ହୋଇନଥାଏ ବରଂ ପେଟରେ ସଢିଥାଏ । ସେତେବେଳେ ଶରୀରରେ ଗ୍ୟାସ୍, ଅମ୍ଳତା ଏବଂ ଖଟା ହାକୁଟି ଆଦିର ଅଭିଯୋଗ ରହିଥାଏ । କୋଷ୍ଠକାଠିନ୍ୟ ଶରୀରରେ ଭୟଙ୍କର ରୋଗମାନ ସୃଷ୍ଟି କରିଥାଏ । ଫ୍ୟାଟି ଲିଭର, ହଜମ ନହେବା, ଅତ୍ୟଧିକ କୋଲେଷ୍ଟ୍ରରଲ, ହୃଦ୍ ରୋଗ, ୟୁରିକ୍ ଏସିଡ୍ ବୃଦ୍ଧି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

ପିଜ୍ଜା, ବର୍ଗରକୁ ସ୍ବାଦିଷ୍ଟ କରିବା ପାଇଁ ଅଧିକ ମାତ୍ରାରେ ଲୁଣର ପ୍ରୟୋଗ ହୋଇଥାଏ । ଯାହା ଫଳରେ ଅସ୍ଥି ସମ୍ବନ୍ଧୀୟ ରୋଗ, ଉଚ୍ଚ ରକ୍ତ ଚାପ, ମେଦବହୁଳତା, ହୃଦ୍ ରୋଗ ହେବାର ଆଶଙ୍କା ରହିଥାଏ । ଏହାସହ ମେଟାବୋଲିକ୍ ରୋଗ, ମଧୁମେହ, କୋଲେଷ୍ଟ୍ରଲ ବଢିବା ସମସ୍ୟା ଦେଖାଦେଇଥାଏ । ବର୍ଗରରେ ଫ୍ୟାଟି ଏସିଡ୍ ଏବଂ ମଇଦାରୁ ପ୍ରସ୍ତୁତ ହେତୁ ଅନ୍ତନଳୀରେ ଜମିଥାଏ । ଏଥିପାଇଁ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.