ଆନ୍ଧ୍ର ମାଛରେ ବିଷ
Published By : Prameya-News7 Bureau | July 13, 2018 IST
ଆନ୍ଧ୍ର ମାଛରେ ବିଷ ! ଆନ୍ଧ୍ର ଭଳି ବାହାର ରାଜ୍ୟରୁ ଆସୁଥିବା ମାଛ ଓଡିଶାରେ ପହଂଚିବାକୁ ୩ ରୁ ୪ ଦିନ ଲାଗିଥାଏ | ତେଣୁ ମାଛକୁ ତାଜା ରଖିବାକୁ ମାଛରେ ବୋଳା ଯାଉଛି ବିଷାକ୍ତ କେମିକାଲ ଫର୍ମାଲିନ | ଫର୍ମାଲିନ ମଣିଷ ଦେହରେ କ୍ୟାନ୍ସର ସୃଷ୍ଟି କରିଥାଏ | ଫର୍ମାଲିନ ମିଶା ମାଛର ଲକ୍ଷଣ - ମାଛ ଆଖି ଧଳା ଦେଖାଯାଏ, ମାଛର ଗାଲୀ ଅଧିକ ଲାଲ ରହିଥାଏ, ଏହାକୁ ଖାଇଲେ ରବର ଭଳି ଲାଗେ, ମାଛ ଭାଜିବା ବେଳେ ବାସ୍ନା ଭିନ୍ନ ପ୍ରକାର ଆସେ, ମାଛର କାତି ଅନ୍ୟ କାତି ଠାରୁ ଟାଣ ରହେ |