ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ହ୍ୱାଟସ୍ ଆପ୍‌ରେ ‘ଗୁଡମର୍ଣ୍ଣିଂ’ ମ୍ୟାସେଜ୍ ପଡିପାରେ ମହଙ୍ଗା, ବ୍ୟାନ ହୋଇପାରେ ଆକାଉଣ୍ଟ

20/10/2022 at 4:51 PM

ନୂଆଦିଲ୍ଲୀ ୨୦।୧୦: ହ୍ୱାଟସ୍‌ ଆପ୍‌ ଏକ ଏପରି ପ୍ଲାଟଫର୍ମ ଯାହାକୁ ସାରା ବିଶ୍ୱରେ ଲୋକେ ବ୍ୟବହାର କରୁଛନ୍ତି। ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଏହା ଦ୍ୱାରା ମ୍ୟାସେଜ୍, ଭୟସ କଲ ଓ ଭିଡିଓ କଲ ମାଧ୍ୟମରେ ସହଜରେ ସମ୍ପର୍କ କରାଯାଇପାରେ। ଏହି ପ୍ଲାଟଫର୍ମରେ ଏପରିବି ଲୋକେ ଅଛନ୍ତି ଯେଉଁମାନେ ସେମାନଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କୁ ‘ଗୁଡମର୍ଣ୍ଣିଂ’ ମ୍ୟାସେଜ ପଠାଇବାକୁ ଭଲ ପାଇଥାନ୍ତି। ଯଦି ଆପଣ ବି ସେମାନଙ୍କ ମଧ୍ୟରେ ଜଣେ ତେବେ ଏବେଠୁ ସତର୍କ ହୋଇଯାଆନ୍ତୁ ନଚେତ ଆପଣଙ୍କ ଆକାଉଣ୍ଟ ବ୍ୟାନ ହୋଇପାରେ।

ପ୍ରତିମାସରେ ହ୍ୱାଟସ୍ ଆପ୍‌ ଅନେକ ୟୁଜରଙ୍କ ଆକାଉଣ୍ଟ ବ୍ୟାନ କରିଥାଏ। ଯେଉଁଥିରେ ଭାରତୀୟ ୟୁଜରଙ୍କ ଆକାଉଣ୍ଟ ମଧ୍ୟ ସାମିଲ। ତେବେ ଏହା ପଛରେ ଯେଉଁ କାରଣ ରହିଛି ତାହା ହେଉଛି କମ୍ପାନୀର ପଲିସି ବା ନୀତି ଉଲ୍ଲଂଘନ। କମ୍ପାନୀ ତାଙ୍କ ପଲିସିରେ ଅନେକ କାରଣ ଲେଖି ରଖିଛନ୍ତି। ଯାହାର ପାଳନ ନ ହେଉଥିଲେ ଆକାଉଣ୍ଟ ବ୍ୟାନ କରି ଦିଅନ୍ତି। ଏଥିରେ ସବୁ ମ୍ୟାସେଜକୁ ସର୍ବାଧିକ କଣ୍ଟାକ୍ଟସ୍‌ଙ୍କ ନିକଟକୁ ପଠାଇବା,ମ୍ୟାସେଜ ଫରୱାର୍ଡ ଲିମିଟ୍‌ରୁ ଅଧିକ ଫରୱାର୍ଡ କରିବା, ମ୍ୟାସେଜର ସୋର୍ସ ଜଣା ନଥିଲେ ମଧ୍ୟ ସେଗୁଡିକୁ ଫରୱାର୍ଡ କରିବା, ଭୁଲ ତଥ୍ୟ ଥିବା ମ୍ୟାସେଜ୍ ଫରୱାର୍ଡ କରିବା ଓ ଦେଶ ବିରୋଧରେ ଆସିଥିବା ମ୍ୟାସେଜ ଫରୱାର୍ଡ କରିବା ଆଦି।

ହ୍ୱାଟସ୍‌ ଆପରେ ଅନେକ ଫିଚର ଉପଲବ୍ଧ। ଯେଉଁଥିରେ ବ୍ରଡକାଷ୍ଟ ମଧ୍ୟ ଗୋଟିଏ ଫିଚର। ଏହା ଦ୍ୱାରା ଗୋଟିଏ ମ୍ୟାସେଜକୁ ଅନେକ ୟୁଜରଙ୍କୁ ଏକକାଳୀନ ପଠାଇ ପାରିବେ। ଯଦି ଏହି ଫିଚରର ତ୍ରୁଟିପୂର୍ଣ୍ଣ ଉପଯୋଗ କରୁଥାନ୍ତି ଯେପରି ଗୁଡମର୍ଣ୍ଣିଂ ମ୍ୟାସେଜ୍ ପଠାଇବା, ଜାତିବାଦର ମ୍ୟାସେଜ କରିବା, ଦେଶଦ୍ରୋହ ମ୍ୟାସେଜ୍ ଫରୱାର୍ଡ କରିବା, ଜଣାନଥିବା ଫରୱାର୍ଡ ମ୍ୟାସେଜ ଆଦି ପଠାଇଲେ ଆକାଉଣ୍ଟ ବ୍ୟାନ୍‌ ହୋଇପାରେ।

ଯଦି ଆପଣ ଏପରି କୌଣସି ଗୋଟିଏ ବି କାମ କରୁଥାନ୍ତି ତେବେ ଆପଣଙ୍କ ଆକାଉଣ୍ଟ ବ୍ଲକ ହୋଇପାରେ। ଏଣୁ ଆପଣଙ୍କ ଫୋନରେ ଥିବା ଏହି ଆପ୍‌କୁ ବୁଝି ବିଚାରୀ ଉପଯୋଗ କରନ୍ତୁ। ଏଥିରେ କାହାରିକୁ ବିନା କାରଣରେ ଆଲତୁଫାଲତୁ  ମ୍ୟାସେଜ ପଠାନ୍ତୁନି।

   Related Posts