ପୁଣି ବୋରଓ୍ବେଲ୍ ବିପଦ; ଗାତରେ ଖସିପଡ଼ିଲା ୬ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | December 07, 2022 IST

ଭୋପାଳ: ପୁଣି ବୋରୱେଲରେ ଫସିଲା ଜୀବନ। ଚାଷ ପାଇଁ ଖୋଳାଯାଇଥିବା ବୋରଓ୍ବେଲରେ ଖସିପଡ଼ିଲା ୬ ବର୍ଷର ଶିଶୁ । ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ପ୍ରାୟ ୫୦ଫୁଟ ତଳକୁ ଖସିପଡ଼ିଥିବା ତନ୍ମୟକୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ ।

ବେତୁଲ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଉଦ୍ଧାର କାର୍ଯ୍ୟରେ SDRF ଟିମ୍ ନିୟୋଜିତ ହୋଇଛନ୍ତି । ୩ଟି ବୁଲଡୋଜର ସହାୟତାରେ ବୋରଓ୍ବେଲ ଠାରୁ ୩୦ଫୁଟ ଦୂରରେ ଏକ ସମାନ୍ତରାଳ ଗାତ ଖୋଳାଯାଉଛି । ଶିଶୁଟି ଭୟଭୀତ ନହେବାକୁ ପରିବାର ଲୋକ କଥାବାର୍ତ୍ତା ହେଉଛି । ଗତକାଲି ସଂଧ୍ୟାରେ ପିଲାଟି ବିଲରେ ଖେଳୁଥିବା ବେଳେ ପାଖରେ ଖୋଳାଯାଇଥିବା ଏକ ବୋରଓ୍ବେଲ ଗାତରେ ଖସିପଡ଼ିଥିଲା। କିଛି ସମୟ ପରେ ପରିବାର ଲୋକ ଖୋଜାଖୋଜି କରିଥିଲେ । ଶେଷରେ ବୋରଓ୍ବେଲ ପାଖକୁ ଆସି ଡାକିବାରୁ ଗାତ ଭିତରୁ ପିଲାଟି ଚିତ୍କାର କରୁଥିବାର ଶବ୍ଦ ଶୁଣାଯାଇଥିଲା । ଏହାପରେ ପରିବାର ଲୋକ ତୁରନ୍ତ ବେତୁଲ ଓ ଆଠନେର ପୋଲିସକୁ ସୂଚନା ଦେଇଥିଲେ । ଆଉ ତା’ପରେ ପିଲାଟିକୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ଅପରେସନ । ବୋରଓ୍ବେଲ ଭିତରେ ସିସିଟିଭି କ୍ୟାମେରା ପକାଯାଇ ପିଲାଟିର ମୁଭମେଣ୍ଟ ମନିଟର କରାଯାଉଛି । ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଅପରେସନକୁ  ପରିଚାଳନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.