ତ୍ବଚାରେ ଚମକ ଆଣିଥାଏ ପାନ : ଜାଣନ୍ତୁ କେମିତି
17/01/2019 at 12:00 PM

ପାନ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ ଏହା ଆମ ତ୍ବଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପାନପତ୍ର ବ୍ୟବହାର କରି ତ୍ବଚାରେ କିପରି ଚମକ ଆଣିହେବ।

ଯଦି ଆପଣ ତ୍ବଚାରେ ଚମକ ଆଣିବାକୁ ଚାହୁଁଛନ୍ତି ତେବେ ପାନପତ୍ରକୁ ୩-୪ମିନିଟ୍ ପାଣିରେ ଫୁଟାଇ ଦିଅନ୍ତୁ। ଏବେ ଏହି ପତ୍ରର ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟରେ ଅଳ୍ପ ବେସନ ମିଶାଇ ନିଅନ୍ତୁ ଏବଂ ତ୍ବଚାରେ ଲଗାଇନିଅନ୍ତୁ। ଏହାକୁ ତ୍ବଚାରେ ୧୫ମିନିଟ୍ ଲଗାଇବା ପରେ ଧୋଇ ଦିଅନ୍ତୁ। ଏହି ଫେସ୍ ପ୍ୟାକ୍ ଦ୍ବାରା ତ୍ବଚାରେ ଚମକ ଆସିବ।

ଯଦି ଆପଣ ପାନପତ୍ର ବ୍ୟବହାର କରୁଛନ୍ତି ତେବେ ତ୍ବଚାରେ ଚମକ ଆସିବା ସହ ତ୍ବଚା ଜନିତ ସମସ୍ୟା ମଧ୍ୟ ଦୂର ହେବ। ଯଦି ଆପଣଙ୍କ ବ୍ରଣ ସମସ୍ୟା ଥାଏ ତେବେ ପାନପତ୍ର ପେଷ୍ଟରେ ହଳଦୀ ମିଶାଇ ବ୍ରଣ ହେଉଥିବା ସ୍ଥାନରେ ଲଗାନ୍ତୁ। ଅଳ୍ପ ସମୟ ପରେ ଧୋଇ ନିଅନ୍ତୁ। ସପ୍ତାହରେ ୩-୪ଥର ଏପରି କରିବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।