ଗହମ ଛାଡ଼ି ଖାଆନ୍ତୁ ଏହି ସବୁ ଅଟାର ରୁଟି : ସପ୍ତାହେ ଖାଇଲେ କମିଯିବ ଓଜନ

Published By : Prameya-News7 Bureau | February 26, 2020 IST

ମେଦବହୁଳତା ଯୋଗୁଁ ବିଶ୍ବର ଅଧିକାଂଶ ଲୋକ ଚିନ୍ତାରେ ଅଛନ୍ତି। ଲୋକେ ଓଜନ୍ କମ୍ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଜିମରେ ଝାଳ ବୁହାଇବା ବ୍ୟତୀତ ଡାଏଟରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରିଥାଆନ୍ତି। କିନ୍ତୁ ଭାବିଚିନ୍ତି ଡାଏଟ୍ ପ୍ଲାନ୍ ନକଲେ ଡାଏଟିଙ୍ଗର କୌଣସି ପ୍ରଭାବ ପଡ଼ିନଥାଏ। ଓଜନ କମ୍ କରିବା ଆଶାରେ ଲୋକେ ରୁଟି ଖାଇବା ଛାଡ଼ି ଦିଅନ୍ତି।

{"id":229465,"sizeSlug":"large"}

ଚୋକଡ଼ ସହ ଗହମ ରୁଟି : ଗହମ ରୁଟିରେ କାର୍ବସ୍,ଆଇରନ୍,ନିୟାସିନ୍,ଭିଟାମିନ୍ ବି ୬,ଥାୟାମିନ୍ ଏବଂ କ୍ୟାଲସିୟମ୍ ରହିଥାଏ। କିନ୍ତୁ ଚୋକର ଫାଇବରରେ ଭରପୂର ହୋଇଥାଏ। ଦୁଇଟି ମିଶାଇ ରୁଟି କରିବା ଦ୍ବାରା ଅନ୍ତ ରୋଗରୁ ମୁକ୍ତି ମିଳିଥାଏ। ଏହା ଦ୍ବାରା କୋଷ୍ଠକାଠିନ୍ୟ,ହାଇ କୋଲେଷ୍ଟୋଲ୍,ମଧୁମେହ ଏବଂ ଏପରିକି ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। ଏଭଳି ଅଟା ହାଇ ଫାଇବର ଯୁକ୍ତ ହୋଇଥାଏ ଯାହା ଦୀର୍ଘ ସମୟ ଯାଏଁ ପେଟକୁ ଭର୍ତ୍ତି ରଖିଥାଏ ଏବଂ ମେଦବହୁଳତାକୁ ନିୟନ୍ତ୍ରିତ ରଖିଥାଏ।

{"id":229471,"sizeSlug":"large"}

ବେସନ ରୁଟି: ଅଧିକାଂଶ ଲୋକ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସାଧାରଣ ଗହମ ରୁଟିକୁ ଛାଡ଼ି ମଲଟିଗ୍ରେନ୍ ରୁଟି ଖାଇବା ଆରମ୍ଭ କଲେଣି। କିନ୍ତୁ ମଲଟିଗ୍ରେନ୍ ଅଟାରେ ଯଦି ଏକ ମୁଠା ବେସନ ମିଶାଇ ଦିଆଯାଏ ତେବେ ଓଜନ ଖୁବ୍ ଶୀଘ୍ର କମିଯିବ। ଚଣାରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଥାଏ,ଯାହା ଶରୀରରେ କ୍ୟାଲୋରୀ ବର୍ଣ୍ଣ କରିବା ପ୍ରକ୍ରିୟାକୁ ଦ୍ରୃତ କରିଥାଏ। ଗହମ ଅଟାରେ ଅଳ୍ପ ଟିକେ ବେସନ ମିଶାଇ ଏହାକୁ ମଲଟି ଗ୍ରେନ୍ କରାଯାଇପାରିବ।

{"id":229472,"sizeSlug":"large"}

ସୋୟା ରୁଟି : ସୋୟାବିନରେ ସୋୟା ଅଟୋ ପ୍ରସ୍ତୁତ କରାଯାଇଥାଏ। ଏହା ଲୋ ଫ୍ୟାଟର ହୋଇଥାଏ। ଏଥିରେ ଭିଟାମିନ୍ ଏବଂ ଖଣିଜ ଦ୍ରବ୍ୟ ପ୍ରଚୁର ମାତ୍ରାରେ ରହିଥାଏ। କେବଳ ଏତିକି ନୁହେଁ ଏଥିରେ ଓମେଗା-୩ ଫ୍ୟାଟି ଏସିଡ ଥାଏ। ପିରିୟଡ ସମୟରେ ମହିଳାମାନେ ସୋୟାବିନ୍ ରୁଟି ଖାଇବା ଲାଭଦାୟକ ହୋଇଥାଏ। ଏହା ବୟସ୍କ ମହିଳାଙ୍କ ପାଇଁ ବି ଲାଭଦାୟକ ହୋଇଥାଏ।

{"id":229480,"width":593,"height":333,"sizeSlug":"large"}

ଯଅ ରୁଟି : ଯଅ ଅଟାରେ ଅବଶୋଷିତ ପ୍ରୋଟିନ୍ ଥାଏ। ଏହି ଅଟାର ରୁଟି ଖାଇବା ଦ୍ବାରା ଦୀର୍ଘ ସମୟ ଯାଏଁ ପେଟ ଭର୍ତ୍ତି ରହିଥାଏ କାରଣ ଏଥିରେ ଫାଇବରର ମାତ୍ରା ଅଧିକ ଥାଏ। ଏହାର ରୁଟି ଓଜନ କମ୍ କରିବାରେ ସହାୟକ ହୋଇଥାଏ। ଯଦି ଆପଣଙ୍କୁ ବାରମ୍ବାର ଭୋକ ଲାଗୁଛି ତେବେ ଆପଣଙ୍କୁ ଯଅ ରୁଟି ଖାଇବା ଆବଶ୍ୟକ।

{"id":229482,"sizeSlug":"large"}

ଛତୁ ରୁଟି : ଆମେ ସମସ୍ତେ ଜାଣିଛୁ ଯେ ବିହାର,ଝାଡ଼ଖଣ୍ଡ ଏବଂ ପଶ୍ଚିମ ବଙ୍ଗର କେତେକ ଅଞ୍ଚଳରେ ଛତୁ ରୁଟି ବ୍ୟବହାର ହୋଇଥାଏ। ଏହା ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟବର୍ଦ୍ଧକ ମଧ୍ୟ ହୋଇଥାଏ। ଛତୁରେ ପ୍ରୋଟିନ୍ ଭରି ରହିଥାଏ ଏବଂ ଏହା ଦୀର୍ଘ ସମୟ ଧରି ପେଟକୁ ଭର୍ତି ରଖିଥାଏ। ଏହା ଓଜନ କମ୍ କରିବାରେ ସହାୟକ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.