ଗ୍ୟାଷ୍ଟ୍ରିକ୍ ସମସ୍ୟାକୁ ଖରାଦିନେ ଏଡାଇବେ କିପରି ? ଜାଣନ୍ତୁ କିଛି ଟିପ୍ସ…

Published By : Prameya-News7 Bureau | April 13, 2024 IST

ଭୁବନେଶ୍ୱର, ୧୩।୦୪: ଅସନ୍ତୁଳିତ ଜୀବନଶୈଳୀ ସାଙ୍ଗକୁ ଫାଷ୍ଟଫୁଡ୍, ତେଲ ଓ ମସଲାଯୁକ୍ତ ଅସ୍ୱାସ୍ଥ୍ୟକର ଖାଦ୍ୟଭ୍ୟାସ ସାଧାରଣତଃ ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି କରିଥାଏ । ହେଲେ ଖରାଦିନରେ ଏହି ସମସ୍ୟା ଅଧିକ ବଢ଼ୁଥିବା ଦେଖାଯାଏ । ତେବେ ଗ୍ୟାଷ୍ଟ୍ରିକ୍ ସମସ୍ୟାକୁ ଖରାଦିନେ ଘରୋଇ ଉପାୟରେ କିପରି ଏଡାଇବେ? ଆସନ୍ତୁ ଜାଣିବା…

ଦହି-ଖରାଦିନେ ଦହି ଶରୀର ସାଙ୍ଗକୁ ପେଟ ଥଣ୍ଡା ରଖିଥାଏ । ଏଥିରେ ଲାକ୍ଟିକ୍ ଏସିଡ୍ ରହିଛି, ଯାହା ଗ୍ୟାଷ୍ଟ୍ରିକ୍ ସମସ୍ୟାକୁ ହ୍ରାସ କରେ । ଯଦି ଏପରି ସମସ୍ୟା ହେଉଛି, ତେବେ ଦହିରେ ଗୋଲମରିଚ, ଅଳ୍ପ ଲୁଣ ଏବଂ ଧନିଆ ପତ୍ର ରସକୁ ମିଶାଇ ସେବନ କଲେ ତୁରନ୍ତ ଏହି ସମସ୍ୟାରୁ ମୁକ୍ତି ମିଳିପାରେ ।

କଦଳୀ- ଅମ୍ଳତା କିମ୍ୱା ଗ୍ୟାଷ୍ଟ୍ରିକ୍ରୁ ହ୍ରାସ ପାଇବା ଲାଗି କଦଳୀକୁ ଏକ ଉତ୍ତମ ଖାଦ୍ୟ ଭାବେ ଗ୍ରହଣ କରାଯାଏ । ଏଥିରେ ଆଣ୍ଟାସିଡ୍ ନାମକ ଏକ ତତ୍ତ୍ୱ ରହିଥାଏ । ଯାହା ପାକସ୍ଥଳୀରେ ସୃଷ୍ଟି ହେଉଥିବା ଏସିଡ୍ ରିଫ୍ଲକ୍ସକୁ ରୋକିବାରେ ସାହାଯ୍ୟ କରିଥାଏ । ଏହି ସମସ୍ୟାରୁ ଆରାମ ପାଇବା ଲାଗି ପ୍ରତିଦିନ ଗୋଟିଏ କଦଳୀ ଖାଇବା ଉପକାରୀ ହୋଇଥାଏ ।

ଆପଲ୍ ଭିନେଗାର-ଏସିଡ୍ ରିଫ୍ଲକ୍ସର ଯୋଗୁଁ ଅନେକ ଥର ପେଟରେ ଏହି ସମସ୍ୟା ହୋଇଥାଏ । ଏହାର ସମାନ ସ୍ୱରୂପ ଆପଲ୍ ଭିନେଗାର ବ୍ୟବହାର କରାଯାଇପାରିବ । ଏକ ଗ୍ଲାସ୍ ପାଣିରେ ଗୋଟିଏ କିମ୍ୱା ଦୁଇ ଚାମଚ ଆପଲ୍ ଭିନେଗାର ପକାଇ ପିଇପାରିବେ । ଏଥିରୁ ଗ୍ୟାଷ୍ଟ୍ରିକ୍ ସମସ୍ୟା ସହ ଶରୀରରେ ଅତ୍ୟଧିକ ଚର୍ବି ହ୍ରାସ ପାଏ । କିନ୍ତୁ, ସର୍ବଦା ଧ୍ୟାନ ରଖିବେ ଯେ, ଆପଲ୍ ଭିନେଗାରକୁ ଦିନକୁ ୨ ଚାମଚରୁ ଅଧିକ ସେବନ କରିବେ ନାହିଁ । 

ଲବଙ୍ଗ- ଲବଙ୍ଗ କାର୍ମିନାଟିଭ ନାମକ ଏକ ତତ୍ତ୍ୱ ରହିଛି । ଯାହା ଆମ ଶରୀର ଉପରେ ସକାରତ୍ମକ ପ୍ରଭାବ ପକାଏ । ଏହା ପାକସ୍ଥଳୀରେ ଗ୍ୟାସ୍ ସୃଷ୍ଟିକୁ ରୋକିବା ପାଇଁ କାର୍ଯ୍ୟ କରେ । 

ଜିରା ଓ ପାନମଧୁରୀ-ଜିରା ଓ ପାନମଧୁରୀ ଏକ ଏସିଡ୍ ନ୍ୟୁଟ୍ରିଲାଇଜର ଭାବେ ଗ୍ରହଣ କରାଯାଏ । ଏହା ହଜମ ଜନିତ ସମସ୍ୟାରୁ ଦୂର କରିବା ସହ ପେଟ ଯନ୍ତ୍ରଣାରୁ ମୁକ୍ତି ଦିଏ । ଭୋଜନ ପରେ ଭଜା ଜିରା କିମ୍ୱା ଭଜା ପାନମଧୁରୀକୁ ଏକ କପ୍ ପାଣିରେ ପକାଇ ପିଇପାରିବେ କିମ୍ୱା ଖାଲି ପାଟିରେ ଚୋବାଇ ଖାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.