oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଗର୍ଭାବସ୍ଥାରେ ହେଉଛି କି ପାଇଲସ୍‌ ସମସ୍ୟା ? ନିରାକରଣ ପାଇଁ ଆପଣାନ୍ତୁ ଘରୋଇ ଉପଚାର

11/09/2022 at 2:33 PM

ମୁମ୍ଵାଇ ୧୧।୦୯: ଗର୍ଭବତୀ ସମୟରେ ସବୁବେଳେ ପ୍ରାୟତଃ ଯତ୍ନବାନ ରହିବାକୁ ପଡେ । ସମୟ ସମୟରେ ମା ଓ ପିଲାର ସ୍ବାସ୍ଥ୍ୟବାସ୍ଥା ଯାଞ୍ଚ କରିବାକୁ ପଡେ। ଏହି ସମୟରେ ମହିଳା ମାନଙ୍କୁ ଅଧିକ ଯତ୍ନ ନେବାକୁ ପରାମର୍ଶ ଦିଆଯାଏ। ତେବେ ଗର୍ଭାବସ୍ଥାରେ ରକ୍ତହୀନତା, ଆଇରନ୍ କମିଯିବା, ଅଣ୍ଟାରେ ଯନ୍ତ୍ରଣା ହେବା ଭଳି ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ। ସେହିଭଳି କିଛି ସମସ୍ୟା ମଧ୍ୟରୁ ଗର୍ଭାବସ୍ଥାରେ ପାଇଲ୍ସ ଜନିତ ସମସ୍ୟା ଦେଖାଦିଏ । ଯାହା ବର୍ତ୍ତମାନ ସମୟରେ ସାଧାରଣ ହୋଇଗଲାଣି। ଯାହା ଦ୍ଵାରା ମଳ ତ୍ୟାଗ ଯିବା ସମୟରେ ବ୍ୟଥା ଠାରୁ ଆରମ୍ଭ କରି ରକ୍ତ ପଡିବା ଭଳି ସମସ୍ୟା ଦେଖାଦିଏ। ତେବେ ଚାଲନ୍ତୁ ଜାଣିବା କେଉଁ ପ୍ରଣାଳୀ ଦ୍ଵାରା ଏହି ସମସ୍ୟାର ନିରାକରଣ କରି ଆରାମ ପାଇପାରିବେ।

କାରଣ-

-କନ୍ସଟିପେସନ୍ ବା କୋଷ୍ଠକାଠିନ୍ୟ

-ଚେଞ୍ଜିଙ୍ଗ୍‌ ହରମୋନ୍

-ୟୁଟ୍ରେସ୍ ଓ ଛୁଆ ବଢିବା କାରଣରୁ ମଳ ଦ୍ବାର ପାଖ ଶୀରରେ ପ୍ରେସର୍ ପଡିବା

ଲକ୍ଷଣ-

-ମଳ ଦ୍ଵାରରେ ରକ୍ତ ପଡିବା

-ଏହା ବ୍ୟତୀତ ମଳ ଦ୍ଵାର ନିକଟରେ ଚର୍ମ ବଢିବା

-କୁଣ୍ଡେଇ ହେବା

-ଜଳିବା

-ଫୁଲିବା

ନିରାକରଣ-  

-କୋଷ୍ଠକାଠିନ୍ୟ ଦ୍ବାରା ପାଇଲ୍ସ ସମସ୍ୟା ଉପୁଜିପାରେ। ଏହି ଅବସ୍ଥାରେ ପନିପରିବା, ଫଳ ଯଥା ସେଓ ଓ କଦଳୀ ଆଦି ଫାଇବର୍ ଜାତୀୟ ଖାଦ୍ୟ ପ୍ରଚୁର ମାତ୍ରାରେ ଖାଆନ୍ତୁ। ଏହା ମଳକୁ କଠିନ ହେବାରୁ ରୋକିବାରେ ସାହାଯ୍ୟ କରିବ। ସଠିକ୍ ମାତ୍ରାରେ ପାଣି ପିଇବା ଦ୍ବାରା ମଧ୍ୟ ବିଶେଷ ଫାଇଦା ମିଳିଥାଏ।

-ପାଇଖାନାରେ ଅତ୍ୟଧିକ ସମୟ ବସିବାକୁ ଅଭୋଏଡ୍ କରନ୍ତୁ।  ପାଇଖାନା ବ୍ୟବହାର ସମୟରେ ଝାଡା ହେବା ପାଇଁ ଜବରଦସ୍ତି ଚାପ ପକାନ୍ତୁନାହିଁ। -ପାଇଲ୍ସ ହୋଇଥିବା ଜାଗାରେ ଉତ୍ତମ ମାତ୍ରାରେ ନଡିଆ ତେଲ ଲଗାନ୍ତୁ। ଏଥିରେ ଆଣ୍ଟି-ମାଇକ୍ରୋବାୟାଲ୍ ଓ ଆଣ୍ଟି-ଇନପ୍ଲାମେଟୋରୀ ତତ୍ତ୍ବ ରହିଛି । ଯାହା ଆପଣଙ୍କୁ ରିଲିଫ୍ ଯୋଗାଇଥାଏ। ପ୍ରତିଦିନ ୨-୩ ଥର ଆପଣ ଏଭଳି କରିପାରିବେ।

-ନିଜ ଖାଦ୍ୟ ତାଲିକାରେ କନ୍ଦମୁଳ, କଖାରୁ ଆଦି ଖାଦ୍ୟ ସାମିଲ କରନ୍ତୁ। ଅଧିକ ସମୟ ନ ବସି ଚଲାବୁଲା ଓ ଏକ୍ସରସାଇଜ୍ କରନ୍ତୁ। ଏକ ସଫା କପଡାରେ ବରଫ ରଖି ଉକ୍ତ ସ୍ଥାନରେ ରଖନ୍ତୁ। ଏହା ଆପଣଙ୍କୁ କୁଣ୍ଡିଆ ଓ ବ୍ୟଥାରୁ ମୁକ୍ତି ମିଳିବ। ଏଥିପାଇଁ ଆଇସ୍ ବ୍ୟାଗ୍ ବି ବ୍ୟବହାର କରିପାରିବେ।

-ଦିନକୁ ଦୁଇଥର ଘି-କୁଆଁରୀ ବା ଆଲୋଭେରାକୁ ଚୋପା ଛଡାଇ ସିଧାସଳଖ ପାଇଲ୍ସ ସ୍ଥାନରେ ଲଗାନ୍ତୁ। କିନ୍ତୁ ସୁଗନ୍ଧ ଯୁକ୍ତ ଆଲୋଭେରା ଜେଲ୍ ଓ କ୍ରିମ୍ ବ୍ୟବହାର କରନ୍ତୁ ନାହିଁ।

-ଆଳୁରସ ରେ କିଛି ପାଣି ବା ଲେମ୍ବୁରସ ମିଶାଇ ତାକୁ ତୁଳା ସାହାଯ୍ୟରେ ଉକ୍ତ ସ୍ଥାନରେ ଲଗାଇବା ଦ୍ବାରା ଇରିଟେସନ୍‌ରୁ ମୁକ୍ତି ମିଳେ। ଡାକ୍ତର ପରାମର୍ଶରେ ଖାଦ୍ୟ ସପ୍ଲିମେଣ୍ଟ ନେଇପାରିବେ ଯାହା ଆପଣଙ୍କ ଝାଡାକୁ କଠିନ ହେବାରୁ ରୋକିବ।

-ଏହିସବୁ ଘରୋଇ  ପଦକ୍ଷେପ ନେବାଦ୍ବାରା ଆପଣ ଗର୍ଭାବସ୍ଥାରେ ପାଇଲ୍ସରୁ ଆରାମ ପାଇ ପାରିବେ। ଏହା ବ୍ୟତୀତ ଅତ୍ୟଧିକ ସମସ୍ୟା ପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ନିତାନ୍ତ ଆବଶ୍ୟକ।

   Related Posts