ସାନିଆ ମିର୍ଜାଙ୍କ ବ୍ୟତୀତ ଏହି ୫ଜଣ ଷ୍ଟାରଙ୍କ ଘରେ ମଧ୍ୟ ଆସିଲେ କୁନି ଅତିଥି: ଦେଖନ୍ତୁ ଫଟୋ

Published By : Prameya-News7 Bureau | November 01, 2018 IST

ମୁମ୍ବାଇ ୧/୧୧: ଆପଣମାନେ ଜାଣିଥିବେ ଯେ ନିକଟରେ ଭାରତୀୟ ଟେନିସ୍ ଖେଳାଳୀ ସାନିଆ ମିର୍ଜା ମା ହୋଇଛନ୍ତି। ଏହି ସୂଚନା ତାଙ୍କ ସ୍ବାମୀ ସୋଏବ ମଲ୍ଲିକ ସୋଶିଆଲ ମିଡିଆ ଜରିଆରେ ତାଙ୍କ ଫ୍ୟାନମାନଙ୍କୁ ଜଣାଇଛନ୍ତି। ଏହା ପରେ ସୋଶିଆଲ ମିଡିଆରେ ଲୋକମାନେ ତାଙ୍କୁ ଶୁଭେଛ୍ଛା ଓ ଶୁଭକାମନା ଜଣାଇଛନ୍ତି। ସେହିପରି ଆଜି ଆମେ ଜାଣିବା ଯେ ଆଉ ୫ଜଣ ସେଲିବ୍ରିଟିଙ୍କ ଘରେ କୁନି ଅତିଥି ଆସିଛନ୍ତି। ୧.ଶାହିଦ କପୁର: ଏହି ବର୍ଷ ସେପ୍ଟେମ୍ବର ୫ରେ ଶାହିଦ କପୁରଙ୍କ ପତ୍ନୀ ମୀରା କପୁର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେମାନେ ତାଙ୍କ ପୁଅର ନାଁ ଜୈନ ରଖିଛନ୍ତି। ୨.ନୀତିକା ମୁଖର୍ଜୀ: ନୀତିକା ମୁଖର୍ଜୀ ଲୋକପ୍ରିୟ ଟିଭି ସିରିଆଲ ‘ଇସ୍କବାଜ’ରେ ପିଙ୍କି ଆଣ୍ଟି’ ଭୂମିକାରେ ଅଭିନୟ କରିଥିଲେ। ସେ ଜୁଲାଇ ୧୬ତାରିଖରେ ମା ହୋଇଥିଲେ। ୩.ରାଜପାଲ ଯାଦବ: ନିଜ ମଜାଦାର କମେଡ଼ି ପାଇଁ ସମସ୍ତଙ୍କୁ ହସାଉଥିବା ରାଜପାଲ ଯାଦବ ଦ୍ବିତୀୟ ଥର ପିତା ହେବାର ସୈାଭାଗ୍ୟଲାଭ କରିଛନ୍ତି। କିଛି ଦିନ ପୂର୍ବେ ତାଙ୍କ ସ୍ତ୍ରୀ ରାଧା ଯାଦବ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସିରେ ରାଜପାଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ବଡ଼ ଝିଅର ଫଟୋ ସେୟାର କରିଛନ୍ତି। ୪.ନୀଲ ନିତିନ ମୁକେଶ: ଅଭିନେତା ନୀଲ ନିତିନ ମୁକେଶ ଗତ ବର୍ଷ ରୁକ୍ମିଣୀ ସହାୟଙ୍କୁ ବିବାହ କରିଥିଲେ ଏବଂ ଏହି ବର୍ଷ ସେପ୍ଟେମ୍ବର ୨୦ରେ ତାଙ୍କ ଘରେ ଏକ କୁନି ଅତିଥି ଆସିଛି।  ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଦ୍ବିପ୍ରହର ୩:୩୦ରେ କନ୍ୟା ସନ୍ତାନଟି ଜନ୍ମ ହୋଇଛି। ଏହା ପୂର୍ବରୁ  ନୀଲ ଅପ୍ରେଲ ୩ରେ ଖୁସିଖବର ଦେଇଥିଲେ ଯେ ସେ ବାପା ହେବାକୁ ଯାଉଛନ୍ତି। ୫.ରମ୍ଭା: ସଲମାନଙ୍କ ସହ ଫିଲ୍ମ କରିଥିବା ଅଭିନେତ୍ରୀ ରମ୍ଭା ୪୦ବର୍ଷ ବୟସରେ ମା ହୋଇଛନ୍ତି। ସେପ୍ଟେମ୍ବର ୨୩ରେ ତାଙ୍କର ତୃତୀୟ ସନ୍ତାନ ଜନ୍ମଗ୍ରହଣ କରିଛି। ପୂର୍ବରୁ ତାଙ୍କର ଦୁଇଟି ଝିଅ ଅଛନ୍ତି, ତାଙ୍କ ଭିତରୁ ଜଣେ ୭ବର୍ଷର ଏବଂ ଆଉ ଜଣେ ୪ବର୍ଷର। ବର୍ତ୍ତମାନ ଟରଣ୍ଟୋର ମାଉଣ୍ଟ ସିନାଇ ହସ୍ପିଟାଲରେ ରମ୍ଭା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.