ସାମନ୍ତିଆପଲି ପଞ୍ଚାୟତ ସମ୍ମୁଖରେ ଗଣ୍ଡଗୋଳ ଘଟଣା, ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠନ
24/12/2022 at 2:54 PM

ବ୍ରହ୍ମପୁର ୨୪।୧୨: ଗଞ୍ଜାମ ଜିଲ୍ଲା ସାମନ୍ତିଆପଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣ୍ଡଗୋଳ ଘଟଣାରେ ପୋଲିସର ତନାଘନା। ଅଭିଯୁକ୍ତଙ୍କୁ ଧରିବା ପାଇଁ ତିନୋଟି ଟିମ ଗଠନ କରାଯାଇଛି ବୋଲି ଏସ୍ପି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏସଡିପିଓ ଏବଂ ଇନ୍ସପେକ୍ଟରଙ୍କ ନେତୃତ୍ବରେ ତିନୋଟି ଟିମ ଗଠନ କରାଯାଇଛି। ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ଏହି ଗଣ୍ଡଗୋଳ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତଦନ୍ତ ଓ ଗିରଫ ପରେ ଅଧିକ ତଥ୍ୟ ଏବଂ ସତ୍ୟାସତ୍ୟ ଜଣାପଡିବ।

ତେବେ ୨୦୧୫ ମସିହାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ସେହି ଘଟଣାର ପ୍ରତିଶୋଧ ପାରାୟଣ ହୋଇ ଏଭଳି ଘଟଣା ଘଟିଥାଇପାରନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଘଟଣାର ଅଧିକ ତଦନ୍ତ ଚାଲିଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023