କିଲିମାଞ୍ଜୋରରେ ତ୍ରିରଙ୍ଗା ଉଡାଇବେ ବ୍ରହ୍ମପୁର ଝିଅ, ଉଚ୍ଚତମ ଶୃଙ୍ଗ ଆରୋହଣ କରିବେ ମଧୁସ୍ମିତା
6/02/2023 at 2:16 PM

ବ୍ରହ୍ମପୁର ୦୬।୦୨: ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଘ କିଲିମାଞ୍ଜୋରରେ ତ୍ରିରଙ୍ଗା ଉଡାଇବେ ବ୍ରହ୍ମପୁର ଝିଅ ମଧୁସ୍ମିତା ପାତ୍ର। ଆସନ୍ତା ୯ ତାରିଖରେ ମଧୁସ୍ମିତା କିଲିମାଞ୍ଜୋରର ୫ ହଜାର ୮ଶହ ୯୫ ମିଟର ଉଚ୍ଚତମ ଶୃଙ୍ଗ ଆରୋହଣ ଆରମ୍ଭ କରିବେ। ମଧୁସ୍ମିତାଙ୍କ ଏହି ଅଭିଯାନ ୯ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖରେ ଶେଷ ହେବ।
ଖବର ଅନୁଯାୟୀ, ୨୦୨୨ରେ ହିମାଳୟ ପର୍ବତାରୋହଣ ପ୍ରତିଷ୍ଠାନ ଓ ଦାର୍ଜିଲିଂ ମାଉଣ୍ଟ ଇଞ୍ଜିନିୟରିଙ୍ଗରୁ ଶିକ୍ଷା ସମାପ୍ତି ପରେ ୨୦୧୯ ଲେହ୍ ଲଦାଖର ୧୧ ହଜାର ୪୦୦ ଫୁଟ ବିଶିଷ୍ଟ ଚାଦର ଟ୍ରେକ୍, ୨୦୨୨ ଜାନୁଆରୀ ଉତ୍ତରାଖଣ୍ଡ ରେ ଥିବା ୧୨ ହଜାର ୫୦୦ ଫୁଟ ବିଶିଷ୍ଟ କେଦାରକଣ୍ଠ, ଜୁନରେ ସିକିମ ରେଞ୍ଜ ର ୫ହଜାର ୨୯ ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ ରେନକ ଇତ୍ୟାଦି ଆରୋହଣ କରିଛନ୍ତି । ମଧୁସ୍ମିତା ହେଉଛନ୍ତି ପୂର୍ବତନ ବାୟୁସେନା ଅଧିକାରୀ ପ୍ରେମାନନ୍ଦ ପାତ୍ର ଓ ମା ପୁଷ୍ପାଞ୍ଜଳି ପାତ୍ରଙ୍କ କନିଷ୍ଠ କନ୍ୟା। ଆଗାମୀ ଦିନରେ ସେ ଏଭଳି ଅଭିଯାନ ଜାରି ରଖିବା ସହ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବେ ବୋଲି କହିଛନ୍ତି । ବ୍ରହ୍ମପୁର ପ୍ରେସ୍ କ୍ଲବରେ ମଧୁସ୍ମିତାଙ୍କ ଏଭଳି ଅଭିଯାନକୁ ସ୍ଥାନୀୟ ସାଂସଦ, ବିଧାୟକ, ମେୟର ଉପସ୍ଥିତ ରହି ଉତ୍ସାହିତ କରିଛନ୍ତି ।