ଭୁଶୁଡିଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାବେରୀ ଲେଡିଜ୍ ହଷ୍ଟେଲର ଛାତ

Published By : Prameya-News7 Bureau | July 25, 2019 IST

ବ୍ରହ୍ମପୁର ୨୫|୭: ଭୁଶୁଡିଲା ହଷ୍ଟେଲ ଛାତ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାବେରୀ ହଷ୍ଟେଲର ଛାତ ଭୁଶୁଡି ପଡିଛି । ଛାତ ଭୁଶୁଡିବା ଫଳରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ସାବେରୀ ହଷ୍ଟେଲର ସମସ୍ତ ଅନ୍ତେବାସିନୀଙ୍କୁ ଚିଲିକା ଛାତ୍ରୀନିବାସକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ପରେ ବିଶ୍ବବିଦ୍ୟାଳୟର ଅନ୍ୟ ହଷ୍ଟେଲର ଯାଞ୍ଚ ପାଇଁ କୁଳସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

{"id":137207}

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାବେରୀ ହଷ୍ଟେଲରେ ଥିବା ଛାତ୍ରୀମାନେ କ୍ଲାସରେ ଥିବା ସମୟରେ ହଷ୍ଟେଲର ଛାତ ଭୁଶୁଡି ପଡିଛି । ଫଳରେ ଅନ୍ତେବାସୀଙ୍କର କୌଣସି କ୍ଷୟକ୍ଷୟ ହୋଇନଥିବା ସୂଚନା ମିଳିଛି । ହଷ୍ଟେଲଟି ବହୁ ପୁରୁଣା ଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । ଗତ ଖରା ଛୁଟିରେ ହଷ୍ଟେଲର ଯାଞ୍ଚ କରାଯାଇ ମରାମତି କରାଯାଇଥିଲା । ସାବେରୀ ଛାତ୍ରୀନିବାସରେ ୧୦୪ଜଣ ଛାତ୍ରୀ ରହୁଥିଲେ । ଛାତ ଭୁଶୁଡିବା ପରେ ସାବେରୀ ହଷ୍ଟେଲର ଛାତ୍ରୀମାନଙ୍କୁ ଚିଲିକା ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.