ପ୍ରକାଶ ପାଇଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ +୩ ଶେଷ ବର୍ଷ ରେଜଲ୍ଟ : ୯୧.୮୯ ପ୍ରତିଶତ ପାସ୍

Published By : Prameya-News7 Bureau | August 15, 2022 IST

ବ୍ରହ୍ମପୁର ୧୫।୮: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ୍ ପାସ୍ ହାର ୯୧.୮୯ ପ୍ରତିଶତ ରହିଛି। ତେବେ କଳାରେ ପାସ୍ ହାର ୯୩.୬୭ ପ୍ରତିଶତ ରହିଛି । ସେହିଭଳି ବାଣିଜ୍ୟରେ ୮୦.୧୭ ପ୍ରତିଶତ ପାସ୍‌ ହାର ରହିଥିବା ବେଳେ ବିଜ୍ଞାନରେ ୮୯.୫୦ ପ୍ରତିଶତ ପାସ୍ ହାର ରହିଛି । ମୋଟ୍ ୧୯୪୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ  ୧୭୯୧୪ ଜଣ କୃତକାର୍ଯ୍ୟ ହୋଇଥିବା ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରକାଶ।

ତେବେ କଳାରେ ମୋଟ୍ ୧୩୨୭୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୨୪୩୪ ଜଣ ପାସ୍ କରିଛନ୍ତି । ସେହିପରି ବାଣିଜ୍ୟରେ ୯୪୩ ଜଣ ପରୀକ୍ଷା ଦେଇଥିବା ବେଳେ ୭୫୬ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ବିଜ୍ଞାନରେ ୫୨୭୮ ଜଣ ପରୀକ୍ଷା ଦେଇଥିବା ବେଳେ ୪୭୨୭ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.