ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ଏକକାଳୀନ ୧୨ଟି ସ୍ଥାନରେ ରେଡ୍
3/03/2020 at 8:33 AM

ବ୍ରହ୍ମପୁର ୩।୩: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ । ବ୍ରହ୍ମପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଛି । ବିନୋଦ ପାଢୀଙ୍କ ବ୍ରହ୍ମପୁର ସ୍ଥିତ ବାସଭବନ ସମେତ ଏକକାଳୀନ ୧୨ଟି ସ୍ଥାନରେ ଚଢଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଥିବା ନେଇ ସୂଚନା ମିଳିଛି ।
ବ୍ରହ୍ମପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ବ୍ରହ୍ମପୁର ବାସଭବନ ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଛାପା ମାରୁଥିବା ସୂଚନା ମିଳିଛି । ବ୍ରହ୍ମପୁର ସ୍ଥିତ ସରକାରୀ ବାସଭବନ, ଗଞ୍ଜାମ ସ୍ଥିତ ପୈତୃକ ବାସଭବନ, ମାର୍କେଟ କଂପ୍ଲେକ୍ସ, ଖଲ୍ଲିକୋଟ୍ ଓ ଡିମିରାଠାରେ ଥିବା ଫାର୍ମ ହାଉସ୍, ହିଲପାଟଣାରେ ଥିବା ସପିଙ୍ଗ୍ କଂପ୍ଲେକ୍ସ, ଆମ୍ବପୁଆ ଠାରେ ନିର୍ମାଣ ଚାଲିଥିବା ଘରେ ରେଡ୍ ଚାଲିଛି ।
ସେହିପରି ବ୍ରହ୍ମପୁର ଜୟପ୍ରକାଶ ନଗରରେ ରହୁଥିବା ଠିକାଦାର ସଚିନ୍ ପାଢୀଙ୍କ ବାସଭବନ, ଗୋଷାଣିନୂଆଗାଁଠାରେ ରହୁଥିବା ଠିକାଦାର ସୀମାଞ୍ଚଳ ପାତ୍ରଙ୍କ ବାସଭବନ, ବିନୋଦ ପାଢୀଙ୍କ ଗୋଦାବରୀଶନଗରରେ ରହୁଥିବା ସଂପର୍କୀୟ ଅଶୋକ ପଣ୍ଡାଙ୍କ ବାସଭବନ, ଭୁବନେଶ୍ବର ନୟାପଲ୍ଲୀ ମେଟ୍ରୋ ରେସିଡେନ୍ସି ଆଦି ପ୍ରମୁଖ ସ୍ଥାନରେ ମଧ୍ୟ ଚଢାଉ ଚାଲିଛି ।