ଅପରାଧ ରୋକିବାକୁ ବ୍ରହ୍ମପୁର ପୁଲିସର ଅଭିନବ ପ୍ରୟାସ ; ସମସ୍ଥ ଥାନାରେ ଆରମ୍ଭ କରାଯାଇଛି ଗୁଣ୍ଡା ପ୍ୟାରେଡ୍
16/04/2018 at 6:30 AM

ଅପରାଧ ରୋକିବାକୁ ବ୍ରହ୍ମପୁର ପୁଲିସ ଆରମ୍ଭ କରିଛି ଅଭିନବ ପ୍ରୟାସ। ବ୍ରହ୍ମପୁର ପୁଲିସ ଜିଲ୍ଲାର ସମସ୍ଥ ଥାନାରେ ଆରମ୍ଭ କରାଯାଇଛି ଗୁଣ୍ଡା ପ୍ୟାରେଡ୍। ପ୍ରତ୍ୟେକ ସପ୍ତାହରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା କିମ୍ବା ଜାମିନ୍ରେ ଆସିଥିବା ଅପରାଧୀଙ୍କ ଉପରେ ରହିବ କଡା ନଜର। ଅପରାଧୀ ମୂଳକ କାର୍ଯ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଅନୁଷ୍ଠିତ ପ୍ରଥମ ଗୁଣ୍ଡା ପ୍ୟାରେଡ୍ରେ ୮୬ଜଣ ଗୁଣ୍ଡା ଉପସ୍ଥିତ ଥିଲେ। ଅପରାଧୀ ମୂଳକ କାର୍ଯ୍ୟକଳାପରୁ ଦୂରେଇ ରଖିବାକୁ ଏଭଳି କାର୍ଯ୍ୟକ୍ରମର ମୁଖ୍ୟଲକ୍ଷ୍ୟ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର।
Related Posts
ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29 May 2023