୫ଟି ଗୋରୁ ବୋଝେଇ ପିକଅପ ଭ୍ୟାନ୍‌ ଜବତ; ୯ ଅଭିଯୁକ୍ତଙ୍କୁ ପଚରାଉଚୁରା କରୁଛି ପୋଲିସ

Published By : Prameya-News7 Bureau | October 17, 2022 IST

ବ୍ରହ୍ମପୁର ୧୭/୧୦: ୫ଟି ପିକଅପ ଭ୍ୟାନରେ ଗୋରୁ ଚାଲାଣ ବେଳେ ଗୋରୁ ଗାଡ଼ିକୁ ଅଟକ ରଖିଲେ ବଜରଙ୍ଗ ଦଳର କର୍ମୀ। ପରେ ବଡ଼ବଜାର ଥାନାରେ ଗୋରୁ ଗାଡ଼ିକୁ ଗାଡିକୁ ଜିମା ଦିଆଯାଇଛି। ଗୋକର୍ଣ୍ଣପୁର ଅଞ୍ଚଳରୁ ୫ଟି ପିକଅପ ଭ୍ଯାନରେ ୩୯ ଟି ଗାଈଙ୍କୁ ନିଆଯାଉଥିଲା ବୋଲି ଗୋ ଚାଲାଣକାରୀ କହିଛନ୍ତି। ଏହି ଗୋରୁଗୁଡ଼ିକୁ ଓଡିଶାରୁ ଆନ୍ଧ୍ରପ୍ରଦେଶକୁ ନିଆ ଯାଇଥାନ୍ତା। ଦିନ ମଜୁରିଆ ଭାବେ ଗାଡ଼ିରେ ଗାଈ ନେଉଥିଲୁ। ଏଥିପାଇଁ ଦିନକୁ ମଜୁରୀ ୫୦୦ ଟଙ୍କା ମିଳୁଛି ବୋଲି ଚାଲାଣକାରି କହିଛନ୍ତି ।

ଗାଈଗୁଡ଼ିକୁ କୁଆଡ଼େ ଚାଲାଣ ହୋଇଥାନ୍ତା ଚାଲାଣକାରି ଜାଣି ନଥିବା କହିଛନ୍ତି। ସେପଟେ ଜବତ ଗାଈର ସୁରକ୍ଷା ଏବଂ ରକ୍ଷଣା ବେକ୍ଷଣା ପାଇଁ ବ୍ରହ୍ମପୁରର ଶ୍ରୀକୃଷ୍ଣ ଗୋଶାଳା ଆଗେଇ ଆସିଛି। ଏହି ଘଟଣାରେ ପୋଲିସ ଅଧିକ ଖୋଳତାଡ଼ କରୁଛି। ୯ ଗୋ ଚାଲାଣକାରୀଙ୍କୁ ପୋଲିସ ଅଟକ ରଖିଛି। ୫ ଟି ପିକଅପ୍ ଭ୍ଯାନରେ ମୋଟ୍‌ ୩୯ଟି ଗାଈ ଚାଲାଣ ହେଉଥିଲେ ବୋଲି ଜଣାପଡ଼ିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।  ଏହି ଘଟଣାରେ ୫ ଟି ଗାଡ଼ି ଜବତ ହୋଇଥିବା ବେଳେ ୯ ଜଣଙ୍କୁ ଅଟକ ରଖି ପଚରାଫଉଚୁରା କରାଯାଉଛି ବୋଲି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.