ମଦୁଆଙ୍କୁ ସାବାଡ ପାଇଁ ପୋଲିସ୍‌ର ନିଆରା ପଦକ୍ଷେପ, ଧରା ପଡିଲେଣି ୫୦ରୁ ଉର୍ଦ୍ଧ୍ଵ

Published By : Prameya-News7 Bureau | October 05, 2021 IST

ବ୍ରହ୍ମପୁର ୦୫।୧୦: ଆସୁଅଛି ପାର୍ବଣ ଋତୁ। ମାଆଙ୍କ ଆଗମନରେ ଚଳଚଞ୍ଚଳ ହେବ ରେଶମ ସହର। ଭିଡ ମଧ୍ୟରେ ସହରର ଶାନ୍ତି ଶୃଙ୍ଖଳାକୁ ରକ୍ଷା କରିବା ଦିଗରେ ବ୍ରହ୍ମପୁର ପୁଲିସ୍ ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । ମଦୁଆଙ୍କୁ ସାବାଡ୍ କରିବା ପାଇଁ ପୁଲିସ୍ ନେଇଛି ସ୍ବତନ୍ତ୍ର ଏକ୍ସନ୍ ।

ରେଶମ ସହର ବ୍ରହ୍ମପୁର। ସବୁବେଳେ ଏହି ସହର ଶିକ୍ଷା ଓ ବ୍ୟବସାୟ ପାଇଁ ଭିଡ ରହିଥାଏ । ଏହାରି ଭିତରେ ପୂଜା ପାଇଁ ବଜାର ଗହଳ ଚହଳ ରହିବା ସ୍ବାଭାବିକ । ଭିଡ,  ଗହଳି ଚହଳି ଭିତରେ ନାଲି ପାଣି ସେବନଧାରୀଙ୍କ ପାର୍ଦୁଭାବରେ ପରିସ୍ଥିତି କଣ ହେବ ତାହା ବ୍ରହ୍ମପୁର ପୁଲିସ୍ ବେଶ୍ ଭଲଭାବେ ଅନୁମାନ ଲଗାଇ ପାରିଛି। ଏଥିପାଇଁ ମଦୁଆଙ୍କୁ ସାବାଡ କରିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛନ୍ତି ।

{"id":522924,"sizeSlug":"full","linkDestination":"none"}

ସ୍ଥାନେ ସ୍ଥାନେ ପୁଲିସ୍ ପକ୍ଷରୁ ଡ୍ରାଇଭ୍ କରାଯାଇ ଧରପଗଡ ଚଳାଇଛନ୍ତି । ଏ ପର୍ଯ୍ୟନ୍ତ  ୫୦ରୁ ଉର୍ଦ୍ଧ୍ବ ମଦୁଆଙ୍କୁ ଧରିଥିବା ବେଳେ କାହାଠାରୁ ଜରିମାନା ଆଦାୟ ତ ଆଉ କାହାକୁ ବ୍ୟକ୍ତିଗତ  ମୁଲାଚିକାରେ ଥାନାରୁ ଛଡା ଯାଇଥିବା ପୁଲିସ୍ କହିଛି । ଏଭଳି ଡ୍ରାଇଭ୍ ଦଶହରା ପୂଜା ସରିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍ ପି ପ୍ରଭାତ ରାଉତରାୟ ।

ମଦୁଆଙ୍କୁ ସାବାଡ୍ କରିବା ବ୍ରହ୍ମପୁର ପୁଲିସ୍ ର ନିଆରା ପଦକ୍ଷେପକୁ ସ୍ବାଗତ କରିଛନ୍ତି ସହରବାସୀ। ମଦୁଆମାନେ ବିଭିନ୍ନ ସମୟରେ ପାର୍ଦୁଭାବ ସାବ୍ୟସ୍ତ କରି ଭିନ୍ନ ଭିନ୍ନ ଅନୈତିକ କାର୍ଯ୍ୟକଳାପ କରିଥିବା ନଜିର ଳହିଛି । ବିଶେଷ କରି ସନ୍ଧ୍ୟା ସମୟରେ ମଦୁଆଙ୍କୁ ଧରିବା ପାଇଁ ପୁଲିସ୍ ଯେଉଁଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ନିଶ୍ଚିତ ଭାବେ ସହରର ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ସହାୟକ ହେବ ବୋଲି କହିଛନ୍ତି ଆଇନଜୀବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.