କ୍ୱାରେଣ୍ଟାଇନରେ ଜରଡା ଥାନା ପୋଲିସ, ୨ଜଣ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ସବୁ କର୍ମଚାରୀ

Published By : Prameya-News7 Bureau | June 06, 2020 IST

ବ୍ରହ୍ମପୁର, ୦୬|୦୬:  ଗଞ୍ଜାମ ଜିଲ୍ଲା ଜରଡା ଥାନା କ୍ୱାରେଣ୍ଟାଇନରେ । ଏହି ଥାନାର ସବୁ ପୋଲିସ କର୍ମଚାରୀ  କ୍ୱାରେଣ୍ଟାିନରେ ରହିବେ । ଏହି ଥାନାର ପୋଲିସ କର୍ମଚାରୀମାନେ ୨ଜଣ କରୋନା ପଜିଟିଭ୍ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା କାରଣରୁ ଏବେ ସମସ୍ତଙ୍କୁ  କ୍ୱାରେଣ୍ଟାଇନରେ ପଠାଯାଇଛି ।

ସୂଚନାନୁସାରେ, ଗତ ୨୬ ତାରିଖରେ ଜରଡ଼ା ଥାନା ଅନ୍ତର୍ଗତ ପୋଲରାଜପୁର ଅଞ୍ଚଳରେ ଏକ ହତ୍ୟା ଉଦ୍ୟମ ମାମଲା ଘଟିଥିଲା । ଏହି ମାମଲାରେ ପୋଲିସ ଜୁନ ୩ ତାରିଖରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାପରେ ୪ ତାରିଖରେ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ କରୋନା ଟେଷ୍ଟ ପାଇଁ ପଠାଯାଇଥିଲା। 

ଅଭିଯୁକ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ରିପୋର୍ଟ ଆସିବା ପରେ ଥାନା କର୍ମଚାରୀଙ୍କୁ କ୍ୱାରେଣ୍ଟଇନ ଯିବାକୁ ବ୍ରହ୍ମପୁର ଏସପି ପିନାକ ମିଶ୍ର  ନିର୍ଦେଶ ଦେଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.