ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଟିଟିଇ ସ୍ବାମୀଙ୍କ ଘର ଆଗରେ ଧାରଣା ଦେବା ଘଟଣା; ସ୍ୱାମୀଙ୍କ ସରକାରୀ ଘରକୁ ଯାଇ ଧାରଣାରୁ ହଟିଲେ ସ୍ୱପ୍ନା

29/09/2022 at 11:06 PM

ବ୍ରହ୍ମପୁର ୨୯/୦୯: ବ୍ରହ୍ମପୁରରେ ସ୍ବପ୍ନା ନାମକ ମହିଳା  ତାଙ୍କ ଟିଟିଇ ସ୍ବାମୀଙ୍କ ଘର ଆଗରେ ଧାରଣା ଦେବା ଘଟଣା। ସପ୍ତାହକ ଧାରଣା ପରେ ଗୁରୁବାରଠାରୁ ଧାରଣାକୁ ସ୍ଥଗିତ ରଖିଥିବା ସ୍ବପ୍ନା କହିଛନ୍ତି। ଧାରଣା ସ୍ଥଗିତ ରଖିବା ବେଳେ ଗୁରୁବାର ସ୍ୱପ୍ନା ସ୍ୱାମୀଙ୍କ ସରକାରୀ ବାସଭବନ ପ୍ରବେଶ କରିଛନ୍ତି। ଗତକାଲି ବା ବୁଧବାର ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହଯୋଗରେ ସ୍ବପ୍ନା ଖୋର୍ଦ୍ଧାରେ ଥିବା  ଡିଆରଏନମଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ଜଣାଇଥିଳେ।

ସୂଚନା ଥାଉକି, ୨୦୧୨ ରେ କାହ୍ନୁଙ୍କ ସହ ସ୍ବପ୍ନାଙ୍କ ବିବାହ ହୋଇଥିଲା। ୨୦୧୮ରେ ଅଧିକ ୨୦ ଲକ୍ଷ ଟଙ୍କା ଯୌତୁକ ସ୍ୱପ୍ନାଙ୍କୁ ତାଙ୍କ ଶାଶୁ ଘର ପକ୍ଷରୁ କୁହାଯାଇଥିଲା। ଯୌତୁକ ନ ଆଣିବାରୁ ତାଙ୍କୁ ଘରୁ ଶାଶୁ ଘରୁ ବାହାର କରାଯାଇଛି ବୋଲି ସ୍ବପ୍ନା ଅଭିଯୋଗ କରିଥିଲେ।

ଅନ୍ୟପଟେ ସ୍ୱପ୍ନା ତାଙ୍କ ଭଣଜାଙ୍କ ସହିତ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ କରି ସ୍ବାମୀ ତାଙ୍କୁ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଜିଆରପି ଥାନାରେ ସ୍ବାମୀ କାହ୍ନୁଙ୍କ ବିରୋଧରେ ଚଳିତ ମାସ ୨୩ ତାରିଖରେ ସ୍ବପ୍ନା  ଅଭିଯୋଗ କରିଥିଲେ।  ସେପଟେ କାହ୍ନୁ ଏବେ ଘରେ ନଥିବା ବେଳେ ସେପ୍ଟେମ୍ୱର ୨୭ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଛୁଟି ନେଇଥିବା କୁହାଯାଇଛି।ଏବେ ସ୍ବାମୀ କାହ୍ନୁଙ୍କ ଫେରିବା ବାଟକୁ ଅପେକ୍ଷା କରିଥିବା ସ୍ବପ୍ନା କହିଛନ୍ତି। ଆଜି ବହୁତ ଖୁସି ଲାଗୁଛି ବୋଲି ସ୍ବପ୍ନା ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ।

   Related Posts