ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡିଏଫ୍ଓ, ଏକକାଳୀନ ୯ଟି ସ୍ଥାନରେ ଚଢଉ
19/07/2019 at 8:13 AM

ବ୍ରହ୍ମପୁର ୧୯|୭: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡିଏଫ୍ଓ ଆଶିଷ କୁମାର ବେହେରା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ବ୍ରହ୍ମପୁର ଅଫିସ ସହ ଏକକାଳୀନ ୯ଟି ସ୍ଥାନରେ ଚଢାଉ ଜାରି ରହିଛି । ବ୍ରହ୍ମପୁର, ଭଞ୍ଜନଗର ସ୍ଥିତ ବାସଭବନ, ଦିଗପହଣ୍ଡି ରେଞ୍ଜ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ଜାରି ରହିଛି । କଟକ ଭିଜିଲାନ୍ସ ସେଲ୍ ପକ୍ଷୁ ଚଢାଉ କରାଯାଇଛି ।