ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ

22/12/2020 at 9:40 AM

ବ୍ରହ୍ମପୁର ୨୨।୧୨: ଭିଜିଲାନ୍ସ ପଞ୍ଝାରେ ପଡିଲେ ଅଙ୍ଗନବାଡି କର୍ମୀ । ବ୍ରହ୍ମପୁର ମହାନଗର ନିଗମ ଓ୍ବାର୍ଡ-୯ ଅଞ୍ଚଳର ଅଙ୍ଗନବାଡି କର୍ମୀ ନମିତା ଦଳେଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛି ।

ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ନଗର ପ୍ରଥମ ଲାଇନ୍, ଗଣେଶ ନଗର ଚତୁର୍ଥ ଲାଇନ୍, ଭୁବନେଶ୍ବରଠାରେ ଦୁଇଟି ଆପାର୍ଟମେଣ୍ଟ,  ସଂପର୍କୀୟଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି । ତେବେ ଚଢାଉ ବେଳେ ବ୍ୟାଙ୍କ୍ ଖାତା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଟିମ୍ । ତାଙ୍କର କେତେ ସମ୍ପତ୍ତି ଠାବ ହୋଇଛି ତାହାର ସଠିକ୍ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।

   Related Posts