ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ

Published By : Prameya-News7 Bureau | September 26, 2022 IST

ବ୍ରହ୍ମପୁର ୨୬/୦୯: ବ୍ରହ୍ମପୁରରେ ବଢିବାରେ ଲାଗିଛି ଧଳାଜହର କାରବାର । ରେଶମ ସହରରୁ ପୁଣିଥରେ ଜବତ ହୋଇଛି ବ୍ରାଉନ୍ ସୁଗାର । ଏହି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଗିରଫ ମହିଳାଙ୍କ ପରିଚୟ ହେଉଛି ସୁକାନ୍ତି ବେହେରା । ଗେଟବଜାର ଅଞ୍ଚଳରେ ଘର ବୋଲି ଜଣାପଡ଼ିଛି । ସିଟି ମେଡିକାଲ ନିକଟରେ ବ୍ରାଉନ୍ ସୁଗାର ଜଣେ ଗ୍ରାହକଙ୍କୁ ବିକ୍ରି କରୁଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗ ଧରିଲା ।

ଘଟଣା ସ୍ଥଳରୁ ଗ୍ରାହକ ଚମ୍ପଟ ମାରିଥିବା କହିଛି ଅବକାରୀ ଗୁଇନ୍ଦା ବିଭାଗ । ୧୨୭ ଗ୍ରାମ୍ ବ୍ରାଉନ୍ ସୁଗାର, ନଗଦ ୧୧ ହଜାର ଟଙ୍କା ଜବତ। ବିକ୍ରି କରୁଥିବା ବେଳେ ଧରିଲା ଅବକାରୀ ଗୁଇନ୍ଦା ବିଭାଗ । ଘଟଣାର ଅଧିକ ତଦନ୍ତ କରୁଥିବା କହିଛି ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ଗୀତାଞଳି ସାହୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.