ଚିକେନ ଭାତ ଖାଇବା ପଡିଲା ମହଙ୍ଗା : ସୁନ୍ଦରଗଡ ଜିଲ୍ଲା ବଣେଇ ବ୍ଲକ ବିଇଓ ବିନୟ ପ୍ରକାଶ ସଏ ନିଲମ୍ବିତ

Published By : Prameya-News7 Bureau | October 13, 2019 IST

ସୁନ୍ଦରଗଡ ୧୩/୧୦: ବିଦ୍ୟାଳୟରେ ଚିକେନ ଭାତ ଖାଇବା ପଡିଲା ମହଙ୍ଗା । ସୁନ୍ଦରଗଡ ଜିଲ୍ଲା ବଣେଇ ବ୍ଲକ ବିଇଓ ଚିକେନ ଭାତ ଖାଇ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ସୁନ୍ଦରଗଡ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି । ଗତ ୩ ତାରିଖରେ ବିଇଓ ବିନୟ ପ୍ରକାଶ ସଏ ତିଲେଇମାଳ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ ।

{"id":169545,"width":586,"height":460}

ଏହି ସମୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହ ମଧ୍ଯାନ୍ନ ଭୋଜନ ଖାଇଥିଲେ । କିନ୍ତୁ ଛାତ୍ରଛାତ୍ରୀମାନେ ଭାତ ଡ଼।ଲି ଖାଇଥିବା ବେଳେ ବିଇଓ ବିନୟ ପ୍ରକାଶ ସଏ ଭାତ ସହ ଚିକେନ ଖାଇଥିଲେ । ଏହି ଭିଜୁଆଲ ଭାଇରାଲ ହୋଇଥିଲା । ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ସୁନ୍ଦରଗଡ଼ ଜିଲ୍ଲାପାଲ ବିଇଓ ବିନୟ ପ୍ରକାଶ ସଏଙ୍କୁ ନିଲମ୍ବନ କରିଛନ୍ତି । ସେପଟେ ପ୍ରତିକ୍ରିୟାରେ ବିଇଓ ବିନୟ ପ୍ରକାଶ ସଏ କହିଛନ୍ତି, ସେ ଭାତ ସହ ଚିକେନ ନୁହେଁ  ଭାତ ଡ଼।ଲି ସହ କଲରା ଭଜା ଖାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.