ଭିଜିଲାନ୍ସ ହାବୁଡରେ ହରଭଙ୍ଗା BEO ଅଫିସ୍‌ର ବରିଷ୍ଠ କିରାଣୀ, ଶିକ୍ଷକଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟଧାରା ରୋକିବାକୁ ନେଉଥିଲେ ୨୦ ହଜାର

Published By : Prameya-News7 Bureau | April 19, 2024 IST

ବୌଦ୍ଧ ୧୯।୪: ଭିଜିଲାନ୍ସ ଜାଲରେ ହରଭଙ୍ଗା BEO କାର୍ଯ୍ୟାଳୟର ବରିଷ୍ଠ କିରାଣୀ । ବରିଷ୍ଠ କିରାଣୀ ରବୀନ୍ଦ୍ର କୁମାର ପାଢ଼ୀ । ଶିକ୍ଷକଙ୍କ ଠାରୁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ । ଶିକ୍ଷକଙ୍କ ଉପରେ ଚାଲିଥିବା ବିଭାଗୀୟ କାର୍ଯ୍ୟଧାରା ରୋକିବାକୁ ଲାଞ୍ଚ ନେଉଥିଲେ । ବୌଦ୍ଧ ଭିଜିଲାନ୍ସ ଦ୍ଵାରା ଧରାପଡିଲେ ବରିଷ୍ଠ କିରାଣି । ବୁଟୁପାଲି ସ୍ଥିତ ନିଜସ୍ଵ ଘରେ ମଧ୍ୟ ଚଢାଉ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲାରେ ଗତ ୭ ଦିନ ମଧ୍ୟରେ ୨ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ବାଚନୀ ଛାଟ ପଡ଼ିଥିଲା । ଜଣେ ଶିକ୍ଷକ ଏବଂ ଜଣେ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ବେଳେ ଅନ୍ୟ ଜଣେ ଶିକ୍ଷକଙ୍କୁ ଅନ୍ୟ ନିର୍ବାଚନ ମଣ୍ଡଳୀକୁ ବଦଳି କରାଯାଇଥିଲା । ତେବେ ଶୁକ୍ରବାର ପୁଣି ଜଣେ ଶିକ୍ଷକଙ୍କୁ ରାଜନୈତିକ ବୈଠକରେ ଯୋଗଦେବା ମହଙ୍ଗା ପଡ଼ିଥିଲା । ରାଜନୈତିକ ଦଳର ବୈଠକରେ ସାମିଲ ହୋଇ ନିଲମ୍ବିତ ହୋଇଛନ୍ତି ବଉଳସୀଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରୋହିତସ୍ଵ ମଲ୍ଲିକ । ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ନିଲମ୍ବିତ । ନିଲମ୍ବନ ଆଦେଶ ଦେଇଥିଲେ ବୌଦ୍ଧ ନିର୍ବାଚନ ଅଧିକାରୀ ଜେ ସୋନାଲ । 

ବଉଳସୀଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରୋହିତସ୍ଵ ମଲ୍ଲିକ ଗତ ୧୫ ତାରିଖ ଦିନ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପକ୍ଷରୁ କଣ୍ଟାମାଳ ଗିରି ଗୋବର୍ଦ୍ଧନ ପୀଠ ରେ ଏକ ବୈଠକ ଯୋଗଦେଇଥିବା ବେଳେ ସେହି ବୈଠକ ର ଫୋଟ ଏବଂ ଭିଡିଓ ସାମ୍ନା କୁ ଆସିଥିଲା । ଯାହାକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗକୁ ଆଧାର କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ତଦନ୍ତ ରିପୋର୍ଟ ପାଇବା ପରେ ଶୁକ୍ରବାର ଜିଲ୍ଲା ନିର୍ବାଚନ ଅଧିକାରୀ ଉକ୍ତ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଏବଂ ନିଲମ୍ବନ ସମୟରେ ଉକ୍ତ ଶିକ୍ଷକ ଜଣକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଏଥି ସହିତ ଶିକ୍ଷକ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟରୁ ବାହାରକୁ ଯାଇ ପାରିବେ ନାହିଁ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

You Can Read :

ବିଜେଡିରେ ମିଶିଲେ ବିଜେପିର ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ, ବିଜୁ ବାବୁଙ୍କ ଅନୁଗତ ଥିଲେ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.