ଭିଜିଲାନ୍ସ ପଞ୍ଜାରେ ଭବାନୀପାଟଣା ବିଇଓ ଅଫିସ୍ ଆକାଉଣ୍ଟାଣ୍ଟ, ୨ ଦିନ ରିମାଣ୍ଡ ପାଇଁ SDJMଙ୍କ ଅନୁମତି

Published By : Prameya-News7 Bureau | March 10, 2023 IST

ଧର୍ମଗଡ ୧୦।୩: ଭିଜିଲାନ୍ସ ପଞ୍ଜାରେ ଭବାନୀପାଟଣା BEO ଅଫିସର ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର । ଦୁଇ ଦିନ ରିମାଣ୍ଡ ପାଇଁ ଅନୁମତି ଦେଲେ ଏସଡିଜେଏମ l

ସୂଚନାଯୋଗ୍ୟ ଯେ, ଭବାନୀପାଟଣା BEO ଅଫିସର ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର ଭବାନୀପାଟଣା ବ୍ଲକ୍ର ୭୧ଜଣ ଏକ୍ସ କ୍ୟାଡର ଶିକ୍ଷକଙ୍କ ୩୯ଲକ୍ଷ ଦରମା ଟଙ୍କା ହେରଫେର କରି ଗତ ଅକ୍ଟୋବର ମାସରୁ ଫେରାର ହୋଇଥିଲେ । ଗତ ମାସ ୨୧ ତାରିଖ ଦିନ SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ l ତାଙ୍କୁ ଭବାନୀପାଟଣା ଜେଲରେ ରଖାଯାଇଥିଲା କିନ୍ତୁ ଅଧିକ ତଥ୍ୟ ଜାଣିବା ପାଇଁ ତାଙ୍କୁ ରିମାଣ୍ଡରେ ଆଣିବା ପରେ ସୁଚିସ୍ମିତାଙ୍କ ଭବାନୀପାଟଣା ସ୍ଥିତ ଇରିଗେସନ କଲୋନୀ ସ୍ଥିତ ଘରେ ଚଢ଼ାଉ କରିଥିଲା କଳାହାଣ୍ଡି ଭିଜିଲାନ୍ସ l ଏହି ଘଟଣାରେ ଭବାନୀପାଟଣା ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ ଏବଂ ଅତିରିକ୍ତ ବ୍ଲକ ଅଧିକାରୀ ଜୟରାମ ମାଝୀଙ୍କୁ ମଧ୍ୟ ଭିଜିଲାନ୍ସ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.