ଷଷ୍ଠଥର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବେଞ୍ଜାମିନ ନେତାନ୍ୟାହୁ: ଦେଶରେ ସର୍ବାଧିକ ଶାସନ କରିଥିବା ପିଏମ୍
29/12/2022 at 10:39 PM

ଜେରୁସେଲମ: ଇସ୍ରାଏଲ୍ରେ ପୁଣି ନେତା ନ୍ୟାହୁଙ୍କ ରାଜ୍। ଗୁରୁବାର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଭାବେ ୬ ଥର ପାଇଁ ଶପଥ ନେଲେ ବେଞ୍ଜାମିନ ନେତାନ୍ୟାହୁ। ଇସ୍ରାଏଲ୍ ଇତିହାସରେ ଦକ୍ଷିଣପନ୍ଥୀ ସରକାର ଗଠନ କରିବାକୁ ଯାଉଛନ୍ତି ନେତନ୍ୟାହୁ।
୭୩ ବର୍ଷୀୟ ନେତାନ୍ୟାହୁ ଇସ୍ରାଏଲ୍ର ସର୍ବାଧିକାଳ ଶାସନ କରିଥିବା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏଥର ଇସ୍ରାଏଲ୍ ସଂସଦ(ନିସେଟ୍)ର ୧୨୦ ସଦସ୍ୟଙ୍କ ମଧ୍ୟରୁ ତାଙ୍କୁ ୬୩ ସଦସ୍ୟଙ୍କ ସମର୍ଥନ ମିଳିଛି। ସେହିପରି ୫୪ ସାଂସଦ ନେତାନ୍ୟାହୁଙ୍କ ବିରୋଧରେ ଭୋଟ୍ ଦେଇଛନ୍ତି। ସଂଖ୍ୟା ଗରିଷ୍ଠତା କାରଣରୁ ନ୍ୟାହୁ ଇସ୍ରାଏଲ୍ ଷଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି।
Heartiest congratulations @netanyahu for forming the government. Looking forward to working together to strengthen our strategic partnership.
— Narendra Modi (@narendramodi) December 29, 2022
ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଟ୍ୱିଟ୍ କରି ଲେଖିଛନ୍ତି ” ନୂଆ ସରକାର ଗଠନ କରିଥିବାରୁ ନେତାନ୍ୟାହୁ ତୁମକୁ ହୃଦୟରୁ ଶୁଭକାମନା। ଆମର ରଣନୌତିକ ଭାଗିଦାରିକୁ ଆହୁରି ମଜଭୁତ କରିବାକୁ ଆଗକୁ ସାଙ୍ଗ ହୋଇ କାମ କରିବା ଆଶାରେ।” ଇଂରାଜୀରେ ଟ୍ୱିଟ୍ କରିବା ସହିତ ଇସ୍ରାଏଲ ଭାଷାରେ ବି ଟ୍ୱି୍ଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ।
ଇସ୍ରାଏଲର ୩୭ ତମ ସରକାର ପାଇଁ ଆସ୍ଥାଭୋଟ ହେବାର ତୁରନ୍ତ ପରେ ସଂସଦରେ ନେତାନ୍ୟାହୁଙ୍କ ଲିକୁଡ ଦଳର ସାଂସଦ ଅମୀର ଓହାନାଙ୍କୁ ସ୍ପିକର ନିଯୁକ୍ତ କରିଯାଇଛି। ସେ ପୂର୍ବରୁ ନ୍ୟାୟ ମନ୍ତ୍ରୀ ଥିବା ବେଳେ ଜନ ସୁରକ୍ଷା ମନ୍ତ୍ରୀ ମଧ୍ୟ ଥିଲେ। ତେବେ ଓହନା ଜଣେ ସମଲିଙ୍ଗୀ ଭାବେ ସଂସଦରେ ସ୍ପିକର ନିଯୁକ୍ତ ହୋଇଛନ୍ତି।
ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ୩୧ ମନ୍ତ୍ରୀ ୩ଟି ଡେପୁଟି ମିନିଷ୍ଟର ନିଯୁକ୍ତ କରିଛନ୍ତି। ପିଏମ ଭାବେ ଶପଥ ନେବା ପରେ ପ୍ରତିକ୍ରିୟା ଦେଇ ନେତାନ୍ୟାହୁ କହିଛନ୍ତି ଯେ ଇରାନକୁ ପରମାଣୁ ଶକ୍ତି ହେବାର ରୋକିବା ତାଙ୍କ ସରକାରର ପ୍ରଥମ ଲକ୍ଷ ହେବ। ତା ସହ ସାରା ଦେଶରେ ବୁଲେଟ ଟ୍ରେନ୍ ଚଲାଇବା ଓ ଆରବ ଦେଶମାନଙ୍କୁ ଆବ୍ରାହମ ସନ୍ଧି ଭିତରକୁ ଆଣିବା ଲକ୍ଷ୍ୟ ହେବ ବୋଲି ନେତାନ୍ୟାହୁ କହିଛନ୍ତି।