ସୀମା ପାର୍ କଲା ମହଙ୍ଗା ଟ୍ରେନ୍ ଯାତ୍ରା: ୧୦ ହଜାରରୁ ଅଧିକ ହେଲା ଟିକେଟ୍ ମୂଲ୍ୟ, ଟ୍ରେନ୍ ଏବେ ଗରିବ ରଥ ନୁହେଁ, ଧନୀଙ୍କ ପର୍ସନାଲ ଭେଇକଲ

Published By : Prameya-News7 Bureau | August 10, 2024 IST

internet

ନୂଆଦିଲ୍ଲୀ: ଭାରତ ଭଳି ଏକ ବିକଶିତ ରାଷ୍ଟ୍ରରେ ଯୋଗାଯୋଗର ଗୋଟିଏ ବଢ଼ିଆ ମାଧ୍ୟମ ହେଉଛି ରେଳଗାଡ଼ି। ଭାରତୀୟ ରେଳ ଦେଶର ପ୍ରାଣ କେନ୍ଦ୍ର ବୋଲି କୁହାଯାଏ। ରେଳଗାଡ଼ି ଦେଶର ଗାଁ, ସହର, ଛୋଟ ଟାଉନ, ଓ ମେଟ୍ରୋ ସିଟି ଗୁଡ଼ିକୁ ଯୋଡ଼ିଥାଏ। ଏହି ଦେଶରେ ଅଧିକାଂଶ ଗରିବ ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ଲୋକମାନେ ଆଜି ବି ମହଙ୍ଗା ବିମାନ ଯାତ୍ରା କରିପାରନ୍ତି ନାହିଁ। ଏଥିପାଇଁ ରେଳବାଇ ହିଁ ସେମାନଙ୍କ ପାଇଁ ଏକମାତ୍ର ମାଧ୍ୟମ। କମ ପଇସା ବିଭିନ୍ନ ରାଜ୍ୟକୁ ସହଜ ଯାତ୍ରା।

ହେଲେ ବର୍ତ୍ତମାନ ସ୍ଥିତି ଓଲଟା ହେବାରେ ଲାଗିଲାଣି। ଟ୍ରେନ୍ ଟିକେଟ୍ ଏତେ ମହଙ୍ଗା ହୋଇଛି ଯେ ବିମାନ ଟିକେଟ୍‌କୁ ବି ପଛରେ ପକାଇ ଦେଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବେଙ୍ଗାଲୁରୁ ଓ କୋଲକାତା ମଧ୍ୟରେ ଚାଲୁଥିବା ହାୱଡ଼ା ଏକ୍ସପ୍ରେସର ଟିକେଟ୍ ୧୦ ହଜାର ଅତିକ୍ରମ କରିଛି। ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ସରକାର କହୁଛନ୍ତି ରେଳବାଇ ମଡର୍ଣ୍ଣ ହେଉଛି। ହେଲେ ଦୁର୍ଘଟଣାକୁ ଦେଖିଲେ ମଡର୍ଣ୍ଣ କଥା ହାସ୍ୟସ୍ପଦ ମନେ ହେଉଛି। ସରକାର ଅଧିକ ମୂଲ୍ୟ ତ ନେଉଛନ୍ତି ହେଲେ ୱାର୍ଲ୍ଡକ୍ଲାସ ବଦଳରେ ଥାର୍ଡକ୍ଲାସ ସର୍ଭିସ ହେଉଛି ବୋଲି ଲୋକେ କହୁଛନ୍ତି। 

ଟ୍ରେନ୍ ଟିକେଟ ଏତେ ମହଙ୍ଗାର ହେବାର କାରଣ ହେଉଛି ତତ୍‌କାଳ ସିଷ୍ଟମ। ଭାରତୀୟ ରେଳବାଇ କିଛି ବର୍ଷ ପୂର୍ବେ ଡାଇନାମିକ୍ ପ୍ରାଇସିଂ ସିଷ୍ଟମ ଲାଗୁ କରିଥିଲା।  ଏହାଦ୍ୱାରା ଚାହିଦା ଅନୁଯାୟୀ ଟିକେଟ୍ ମୂଲ୍ୟ ବଢ଼ି ଚାଲିଥିଲା। କିନ୍ତୁ ବୋଧହୁଏ କେହି ଭାବି ନଥିବେ ଯେ ମାତ୍ର କେଇଟା ବର୍ଷରେ ଟ୍ରେନ ଟିକେଟ ଏମିତି ୪ ଗୁଣ ବଢ଼ିଯିବ। ସାଧାରଣତଃ ଏସଏମଭିବି ହାୱଡ଼ା ଏକ୍ସପ୍ରେସ (SMVB Howrah Express) ଟିକେଟ୍ ମୂଲ୍ୟ ୨,୯୦୦ ଟଙ୍କା ପଡ଼ିଥାଏ। କିନ୍ତୁ, ପ୍ରିମିୟମ୍ ତତ୍‌କାଳ ଟିକେଟ୍ ସିଷ୍ଟମ୍ରେ ୧୦,୧୦୦ ଟଙ୍କାରେ ମିଳିଥିଲା। ଜଣେ ରେଡିଟ୍ ୟୁଜର ଏହାର ସ୍କ୍ରିନସଟ୍ ସେୟାର କରିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଲୋକେ ଡାଇନାମିକ ପ୍ରାଇସିଂ ସିଷ୍ଟମକୁ ନିନ୍ଦା କରିଛନ୍ତି। ଟ୍ରେନ୍‌ର ଏତେ ମହଙ୍ଗା ଯାତ୍ରାକୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

୨୯୦୦ ଟଙ୍କାର ଟିକେଟ ୧୦,୧୦୦ କେମିତି ହେଲା?

ରେଡିଟ୍ ପୋଷ୍ଟ ଅନୁଯାୟୀ, ହାୱଡ଼ା ଏକ୍ସପ୍ରେସରେ ୨ ଏସି ଟିକେଟ୍ ମୂଲ୍ୟ ୨,୯୦୦ ଟଙ୍କା ରହିଛି। କିନ୍ତୁ, ଡିମାଣ଼୍ ଅନୁଯାୟୀ ଏହା ବଢ଼ି ୧୦,୧୦୦ ଟଙ୍କା ହେଇଯାଉଛି। ଯିଏ ଏହି ପୋଷ୍ଟ କରିଛନ୍ତି ସେ ଏନେଇ ପ୍ରଶ୍ନ ଉଠାଇଛନ୍ତି। ୨,୯୦୦ ଟଙ୍କା ମୂଲ୍ୟର ଟିକେଟ୍ ପାଇଁ କାହିଁକି କିଏ ୧୦,୦୦୦ ଟଙ୍କା ଦେବାକୁ ଚାହିଁବ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରିମିୟମ୍ ତତ୍‌କାଳ ସିଷ୍ଟମ୍ IRCTC ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା। ଏହାକୁ ତତ୍‌କାଳ ଟିକେଟ୍ ସିଷ୍ଟମଠାରୁ ଅଲଗା ରଖାଯାଇଛି। ତତ୍‌କାଳ ସିଷ୍ଟମରେ ଟିକେଟ୍ ମୂଲ୍ୟ ସ୍ଥିର ରହିଛି କିନ୍ତୁ ପ୍ରିମିୟମ ତତ୍‌କାଳରେ ମୂଲ୍ୟ ବଢ଼ିଯାଉଛି। ରେଳବାଇର ଏହି ସିଷ୍ଟମକୁ ନେଇ ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଥିଲେ ହେଁ ଫଳ ଶୂନ। 
ତେବେ ପ୍ରିମିୟମ ଟିକେଟ୍‌କୁ ନିନ୍ଦା କରି ଜଣେ ୟୁଜର ଲେଖିଛନ୍ତି ଯେ ପ୍ରିମିୟମ ଟିକେଟରେ ଯାତ୍ରା କରିବା ଅପେକ୍ଷା ବିନା ଟିକେଟ୍‌ରେ ଯାତ୍ରା କରନ୍ତୁ। କାରଣ ଫାଇନ ହେଲେ ଏହା ଠାରୁ କମ ପଡ଼ିବ। କାରଣ ଫାଇନ ପାଇଁ ଭାରତୀୟ ରେଳବାଇ ୨୫୦ ଟଙ୍କା ଠାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ ନେଉଛି। ସେହିଭଳି ଟ୍ରେନ୍ ଟିକେଟ୍ ଅପେକ୍ଷା ବିମାନ ଟିକେଟ୍‌ ଆହୁରି ଶସ୍ତା ବୋଲି ଜଣେ ୟୁଜର ଲେଖିଛନ୍ତି। ଅଗଷ୍ଟରେ ବେଙ୍ଗାଲୁରୁ ଠାରୁ କୋଲକାତାର ବିମାନ ଭଡ଼ା ୪୫୦୦ରୁ ୧୦ ହଜାର ଟଙ୍କା ମଧ୍ୟରେ ରହିଛି। ଏତେ ଟଙ୍କା ଏହି ଯାତ୍ରା ୨୯ ଘଣ୍ଟା ଲାଗୁଥିବା ବେଳେ ବିମାନରେ ମାତ୍ର .୨ ଘଣ୍ଟା ୪୦ ମିନିଟ ସମୟ ଲାଗୁଛି। ତେଣୁ ବିମାନ ଯାତ୍ରା ହିଁ ସବୁଠାରୁ ଭଲ ବୋଲି ୟୁଜର କହୁଛନ୍ତି। ରେଡ୍ ଇଟର ଏହି ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଲୋକେ ନାନା ପ୍ରତିକ୍ରିୟା ଦେଉଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.